ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରାଇଛନ୍ତି । ତାଙ୍କ କହିବା ମୁତାବକ, ଅନ୍ୟ ଦେଶମାନଙ୍କରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାସହିତ ଆମ ଦେଶର କିଛି କିଛି ସ୍ଥାନରେ ମଧ୍ୟ ସଂକ୍ରମଣ ବଢିବା ଆରମ୍ଭ କରିଛି । ଯାହାଦ୍ୱାରା ଆମର ମଧ୍ୟ ସଂକ୍ରମଣ ବଢିବାର ଆଶଙ୍କା ରହିଛି ।
ରାଜ୍ୟରେ ସଂକ୍ରମଣ ବଢିବନି ବୋଲି କହିବା ଭୁଲ୍ । ସଂକ୍ରମଣ ସହ ଲଢିବା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଦିଆଯାଇଥିବା ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ହେବ । ସର୍ଭିଲାନ୍ସ ଜାରି ରଖିଛନ୍ତି ସରକାର । ଏହାସହିତ ସମସ୍ତ ପ୍ରକାରର ସ୍ଥିତି ପାଇଁ ସରକାର ପ୍ରସ୍ତୁତ ।