ଭୁବନେଶ୍ୱର (ଏଟିଆର ବ୍ୟୁରୋ)- ବର୍ଷା ଦିନେ ସାଧାରଣତଃ ବିଭିନ୍ନ ପ୍ରକାରର ସକ୍ରମଣ ଓ ବିଭିନ୍ନ ପ୍ରକାର ରୋଗରେ ଲୋକେ ଆକ୍ରାନ୍ତ ହୋଇଆନ୍ତି । ଏହି ଦିନରେ ଶାରିରୀକ ଯତ୍ନ ନନେଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଆମେ ଯଦି ସଚେତନତା ଅବଲମ୍ବନ କରିବା , ତାହାହେଲେ ଆମେ ନିଜେ ନିଜର ଯତ୍ନ ମୁଖ୍ୟତଃ ବର୍ଷା ଦିନେ ନେଇ ପାରିବା । ବର୍ଷା ଦିନେ ବାହାର ଖାଦ୍ୟକୁ ଆପଣେଇବା ମାନେ ରୋଗକୁ ଡାକିଆଣିବା । ସାଧାରଣତଃ ଏହି ଦିନରେ ବାହାର ଖାଦ୍ୟ ଦ୍ୱାରା ବିଭିନ୍ନ ପ୍ରକାର ସଂକ୍ରମଣ ହୋଇଥାଏ ଯଥା: ଜ୍ୱର, ଥଣ୍ଡା, କାଶ,ହଇଜା,ମ୍ୟାଲେରିଆ ଇତ୍ୟାଦି ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ ।
ବର୍ଷା ଦିନେ ମଶା ମାନଙ୍କ ଉପଦ୍ରବ ବଢିଯାଇଥାଏ ଯାହା ଫଳରେ ମ୍ୟାଲେରିଆ ପରି ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗକୁ ଦୂରେଇବା ପାଇଁ ନିଜ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର । ଏଥି ସମେତ ଗାଧୋଇଲା ବେଳେ ଡେଟଲ୍ ଆଦି ତରଳ ପର୍ଦାଥ ପାଣିରେ ମିଶାଇ ଗାଧୋଇବା ଦ୍ୱାରା କିଛି ମାତ୍ରାରେ ସଂକ୍ରମଣ ରୋକାଯାଇ ପାରିବ । ପ୍ରଚୁର ପରିମାଣର ପାଣି ପିଇବା ମଧ୍ୟ ଅନେକ ସମସ୍ୟାର ସମାଧାନ ଅଟେ ।