ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିନା ଶୀତ ପୋଷାକରେ ବାହାରକୁ ବାହାରି ହଉନି । ହାଡଭଙ୍ଗା ଶୀତରେ ଥରୁଛି ରାଜଧାନୀ । ରାତିରେ ରାସ୍ତାରେ ଯାଇ ହଉନି । ହାଲକା ପବନ ବାଜିଲେ ମଧ୍ୟ ଦେହ ଥରେଇ ପକଉଛି । ଗାଡିର ବେଗ ୪୦ରୁ ଅଧିକ କଲେ ଯାଇ ହଉନି । ରାସ୍ତାରେ ଯିବା ଏକ ପ୍ରକାର ମୁସ୍କିଲ ହୋଇ ପଡିଛି । ତେବେ ,ଭଳି ଶୀତ ଦୁଇ ଦିନ ହେବ ଲାଗି ରହିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ହେବ ରାଜଧାନୀରେ ପାରଦ ତଳକୁ ଖସି ଯାଇଛି ।
ଶନିବାର ରାତିରେ ୧୧.୧ ଡିଗ୍ରୀ ଥିବା ବେଳେ ରବିବାର ରାତିରେ ସର୍ବନିମ୍ନ ୯.୯ ରେ ପହଁଞ୍ଚିଥିଲା । ରାତି ୧୨.୪୫ ବେଳକୁ ପାରଦ ଖସି ଯାଇଥିଲା । ଏଣୁ ଜାଡରେ ଥରିଛି ରାଜଧାନୀ । ରାତିରେ ଏକ ପ୍ରକାର ଶୂନଶାନ ହୋଇ ଯାଉଥିବା ଦେଖିବାକୁ ମିଳୁଛି । ସେପଟେ ପାଣିପାଗ ପକ୍ଷରୁ ସୂଚନା ଦିଆ ଯାଇଛି କି ଆସନ୍ତା ତିନି ଦିନ ଧରି ଶୀତ ଲହରୀ ଜାରି ରହିବ । ସର୍ବୋଚ୍ଚ ତାପମାତ୍ରା ୨୭ ଡିଗ୍ରୀ ରହିବା ବେଳେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏଣୁ ଲୋକ ବାହାରକୁ ଯିବା ଆସିବ ସମୟରେ ଶୀତ ବସ୍ତ୍ର ପରିଧ୍ୟାନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆ ଯାଇଛି ।