ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ଶୀତର ପ୍ରକୋପ ବଢିବାରେ ଲାଗିଛି । ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।ସକାଳର ଥଣ୍ଡା ପବନ ଦେହକୁ ଥରାଇ ଦେଉଛି । ଗତକାଲି ସୋନପୁରୁର ପାରଦ ୯ ଓ ଦାରିଙ୍ଗବାଡ଼ି ରେ ୯.୫ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ଥିଲା ।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲେ ଏହାର ଓଡ଼ିଶା ଉପରେ ଏହାର କୈାଣସି ପ୍ରଭାବ ପକାଇ ନାହିଁ । ତାପମାତ୍ରାରେ ୪ ରୁ ୫ ଦିନ ପର୍ଯ୍ୟନ୍ତ କୈାଣସି ପରିବର୍ତ୍ତନ ହେବ ନାହଁ । ଆସନ୍ତା ୨ ଓ ୩ ତାରିଖ ମଧ୍ୟ ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ ।
ସେହିପରି ଅନୁଗୁଳ ରେ ସର୍ବନିମ୍ନ ତାପମାତ୍ରା ୧୦.୬ ଡ଼ିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଝାରସୁଗୁଡ଼ାରେ ୧୩.୨ , ସୁନ୍ଦରଗଡ଼ରେ ୧୫ ,ଫୁଲବାଣୀରେ ୧୧.୩ , କେନ୍ଦୁଝର ରେ ୧୨, ବାରିପଦାରେ ୧୨.୪ , ଭବାନିପାଟଣାରେ ୧୨.୮ , କୋରାପୁଟ ରେ ୧୩ ଡ଼ିଗ୍ରୀ ସେଲସିୟସ ରହିଥିଲା । ଆଭ୍ୟନ୍ତରୀଣ ତଳୂନାରେ ଉପକଳୂଳ ଓଡ଼ିଶାରେ ଶୀତର ପ୍ରକୋପ କମ ଥିବାର ଦେଖିବାକୁ ମିଳିଛି ।