ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ରାଜ୍ୟରେ ଜାରୀ ରହିଛି ଶୀତଲହରୀ । ସଂଜ ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପାରଦ କମ ରହୁଥିବା ବେଳେ ଜାଡ ବି ରେକର୍ଡ ଭାଙ୍ଗୁଛି । କନ୍ଧମାଳ ଓ ଫୁଲବାଣୀ ସହ କେନ୍ଦୁଝରରେ ତୁଷାରପାତ ହୋଇଥିବା ଜଣାପଡିଛି ।
କନ୍ଧମାଳରେ ହାଡଭଙ୍ଗା ଜାଡ ଅନୁଭୁତ ହେଉଛି । କ୍ରମାଗତ ଭାବେ ଖସି ଚାଲିଛି ପାରଦ । ଫୁଲବାଣୀରେ ୭ଡିଗ୍ରୀ ତଳେ ତାପମାତ୍ରା ରହିଥିବା ବେଳେ ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ପାରଦ ଖସି ୬ଡିଗ୍ରରରେ ପହଂଚିଛି । ସେହିଭଳି ଆଭ୍ୟନ୍ତରୀଣ ସ୍ଥାନରେ ତାପମାତ୍ରା ୩ରୁ ୪ଡିଗ୍ରୀ ରହୁଥିବା ବେଳେ ତୁଷାରପାତ ହୋଇଥିବା ଜଣାପଡିଛି ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରେକର୍ଡ ଭାଙ୍ଗିଛି ଶୀତ । ପାରଦ ୯.୫ଡିଗ୍ରୀକୁ ଖସି ଆସିଥିବା ରେକର୍ଡ କରାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଏହା ସବୁଠାରୁ ସର୍ବନିମ୍ନ ତାପମାତ୍ରା । ଆହୁରି ଦସ୍ୱବ ଚାରି ଦିନ ପର୍ଯ୍ୟନ୍ତ ଏହିଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପହିଲା ପରେ ତାପମାତ୍ରା ୨ଡିଗ୍ରୀ ବଢ଼ିପାରେ ବୋଲି କୁହାଯାଇଛି ।