ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି ।ଅତ୍ୟଧିକ କୁହୁଡି ପାଇଁ ଠିକ ଭାବେ ରାସ୍ତାଘାଟ ଦୃଶ୍ୟମାନ ହେଉ ନ ଥିବାରୁ ରାସ୍ତାରେ ବିନା ଲାଇଟରେ ଯାତାୟତରେ କରିବା ଅସମ୍ଭବ ହୋଇପଡୁଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଘନ କୁହୁଡି ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।
କୁହୁଡି କାରଣରୁ ଅଧିକ ଦୁର୍ଘଟଣା ହେବାର ସମ୍ଭାବନା ଥିବାରୁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ଭଦ୍ରକ, କଟକ, ଜଗତସିଂପୁର , ଯାଜପୁର , ଖୋର୍ଦ୍ଧା , ପୁରୀ, ଓ କେନ୍ଦ୍ରାପଡା ଆଦି ୮ ଟି ଜିଲ୍ଲାରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି । ଏଣୁ ଏ ସବୁ ଜିଲ୍ଲା ଗୁଡିକୁ ୟୋଲା ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗକୁ ପାଗ ଶୁଖିଲା ରହିବ ଓ ତାପମାତ୍ରାରେ କୈାଣସି ପରିବର୍ତ୍ତନ ହେବ ନାହିଁ ।