ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଶାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଢି ଦେଖିବାକୁ ମିିଳିବ । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବା ସହ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ କମିବ ।ମୟୁରଭଞ୍ଜ , କଟକ , ଭଦ୍ରକ , ବୈାଦ୍ଧ, କନ୍ଧମାଳ , ଏବଂ ନୟାଗଡରେ ଘନ କୁହୁଡି ହେବ ।
ସେହିପରି ୨୦ ତାରିଖରୁ ଝାରସୁଗୁଡା , ସୁନ୍ଦରଗଡ , କେନ୍ଦୁଝର , ମୟୁରଭଞ୍ଜ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଘନ କୁହୁଡି ହେବାରୁ ଜାତୀୟ ରାଜପଥଗୁଡିକରେ ଯାନବାହାନ ଚଳାଚଳ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି ।
ରାଜ୍ୟର ୮ ଟି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୧୮ ଡିଗ୍ରି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରି ତଳେ ରହିଛି। ଆସନ୍ତା ୫ଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।
ଗତ ଦୁଇ ଦିନ ହେବ ରାଜ୍ୟରେ ଶୀତର ପରିମାଣ ସାମାନ୍ୟ ବୃଦ୍ଧି ପାଇଛି । ରାଜ୍ୟର ୮ ଟି ସହରରେ ପାରଦ ୧୨ ଡିଗ୍ରୀ ତଳେ ରହିଛି । ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୦.୪ ,କେନ୍ଦୁଝରରେ ୧୦.୬ , ହୀରାକୁଦରେ ୧୩.୧ , ଭବାନୀପାଟଣା ୧୧.୫ , ବଲାଙ୍ଗୀର ୧୦.୫ , ଫୁଲବାଣୀ ରେ ୧୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଟିଟିଲାଗଡରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।