ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା କାଲି ଠାରୁ ରାଜ୍ୟର ୭ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।ଏଥି ସହ ଆସନ୍ତା ୨୦ ରୁ ୨୪ ତାରିଖ ମଧ୍ୟର ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପ ବୃଷ୍ଟିପାତ ହେବ ବୋଲି ଅନୁମାନ କରାଯାଉଛି । କଟକ , ଅନୁଗୁଳ , ମୟୂରଭଞ୍ଜ, କେନ୍ଦୁଝର , ବାଲେଶ୍ୱର , ଓ କନ୍ଧମାଳ ଜିଲ୍ଳାଗୁଡ଼ିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।
ଏହି ସମୟରେ କୁହୁଡ଼ିର ଘନତା ଅଧିକ ରହିବା ସମ୍ଭାବନା ଥିବାରୁ ରାସ୍ତାଘାଟରେ ଗାଡ଼ିମଟର ଯାତାୟତରେ ବିଶେଷ ଭାବରେ ସତର୍କତା ଅବଲମ୍ବନ କରିବା ପାଇଁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଉପକୂଳ ଜିଲ୍ଲା ଗୁଡ଼ିକରେ ଆଜି ଘନ କୁହୁଡ଼ି ଦେଖାଦେବା ସହ ଆଭନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଥିଲା ।
ଆଜି ସକାଳେ କଟକ , ଯାଜପୁର , ରେ କୁହୁଡ଼ି ପଡ଼ିଥିବା ବେଳେ ଖୋର୍ଦ୍ଧା, ନୟାଗଡ଼ , ଓ ପୁରୀଠାରେ ହାଲୁକା କୁହୁଡ଼ି ପଡ଼ିଥିଲା ବୋଲି ବୈଞ୍ଜାନିକ ଉମାଶଙ୍କର ଦାସ କହିଛନ୍ତି । ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ସେହିପରି ଦାରିଙ୍ଗବାଡ଼ି , ଫୁଲବାଣୀ, ସୋନପୁର , ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡ଼ିଗ୍ରୀ ସେଲସିୟସ ଭିତରେ ରହିବ ।