ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତର ପ୍ରକୋପ ।ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ଘନ କୁହୁଡ଼ିର ଆଶଙ୍କା ରହିଛି । କେତେକ ସ୍ଥାନରେ ୫୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେଉନାହିଁ ।ଏନେଇ ଗାଡ଼ିଚାଳମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
ଗତ ୨୪ ଘଣ୍ଟାରେ ୧୬ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ସୋନପୁର ସବୁଠୁ ଥଣ୍ଡା ସହର ପାଲଟିଥିବା ବେଳେ ଏହାର ତାପମାତ୍ରା ୮.୪ଡିଗ୍ରୀ ରହିଛି । ଦାରିଙ୍ଗବାଡ଼ିରେ ୯ , ଅନୁଗୁଳ ଓ ଫୁଲବାଣୀରେ ୧୦ , ଭବାନୀପାଟଣାରେ ୧୦.୮ , ଝାରସୁଗୁଡ଼ାରେ ୧୧.୮, କେନ୍ଦୁଝରରେ ୧୨.୮ , ସୁନ୍ଦରଗଡ଼ରେ ୧୩, ବଲାଙ୍ଗୀର ଓ କୋରାପୁଟରେ ୧୩.୨ , ବାରିପଦାରେ ୧୪, ଟିଟିଲାଗଡ଼ ଓ ସମ୍ବଲପୁରରେ ୧୪.୨ ଡ଼ିଗ୍ରୀ ରହିଥିଲା ।
୫ ତାରିଖ ଓ ୬ତାରିଖରେ ସମୟରେ ଉତ୍ତର ଉପକୂଳ ସମେତ ଅନୁଗୁଳ , କଳାହାଣ୍ଡି , ମୟୂରଭଞ୍ଜ, ଖୋର୍ଦ୍ଧା ଆଦି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ିର ଆଶଙ୍କା ରହିଛି ।ସେହିପରି କଟକ , କନ୍ଧମାଳ , ସୁନ୍ଦରଗଡ଼, ଯାଜପୁରରେ ଘନ କୁହୁଡ଼ିର ଆଶଙ୍କା ରହିଛି ।
ଶୀତରୁ ରକ୍ଷା ପାଇବା ପାଇଁ ଅନେକ ସ୍ଥାନରେ ଲୋକମାନେ ନିଆଁ ପୁଆଁଉଛନ୍ତି । ଏହାସହ ଶୀତରେ ନିଜକୁ ଫିଟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ମର୍ଣ୍ଣିଂ ୱାର୍କ , ଯୋଗ ଓ ବ୍ୟାୟମ କରୁଛନ୍ତି ।