ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ବର୍ଷା ହେବାର ସମ୍ଭାବନା । ଏହା ମୁଖ୍ୟତଃ ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ରହୁଛି । ଆସନ୍ତା ୫ ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ଜଣାପଡିଛି ।
ଓଡିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଆସନ୍ତା ୬ ତାରିଖରେ ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଓଡିଶା ବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଘୂର୍ଣ୍ଣିବଳୟର ଏହି ପ୍ରଭାବ ୩ ରୁ ୪ ଦିନ ଯାଏଁ ରହିବ । ତାପରେ ପାଗରେ ପରିବର୍ତ୍ତନ ଆସିବ ।