ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ଗତକାଲି ଅପରାହ୍ନ ଠାରୁ ପାଗ ସମାନ୍ୟ କୋହଲା ରହିଥିବା ବେଳେ ଆଜି ସକାଳୁ ବର୍ଷାର ଆରମ୍ଭ ହୋଇଛି । ପଶ୍ଚିମ ଓଡିଶା ସମେତ ଭୁବନେଶ୍ୱର, କଟକ, ଜଗତସିଂହପୁରରେ ବର୍ଷାର ପରିମାଣ ବଢିଛି । ତେବେ ଆଜି ଠାରୁ ଆରମ୍ଭ ହୋଇଥିବା ବର୍ଷାର ପ୍ରଭାବ ଆସନ୍ତା ୧୪ ତାରିିଖ ପର୍ଯ୍ୟନ୍ତ ରହିବ ।
ଯାହାର ପ୍ରଭାବରେ ୧୪ ତାରିଖ ଯାଏ ବର୍ଷା ଲାଗି ରହିବ । ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା,କେନ୍ଦୁଝର, ନବରଙ୍ଗପୁର, ବଲାଙ୍ଗିର ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଆଜି ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୪ ତାରିଖ ଯାଏ ସମୁଦ୍ର ଅସାନ୍ତ ରହୁଥିବାରୁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । \
ସେହିଭଳି ବର୍ଷାକୁ ଆଖିରେ ରଖି ହୀରାକୁଦ ଡ୍ୟାମର ଗେଟ ମଧ୍ୟ ର୍ଖୋଲାଯିବା ପାଇଁ ନିଷ୍ପତ୍ତି କରାଯାଇଛି । ୧୪ ତାରିିଖରେ ହୀରାକୁୀଦ ଡ୍ୟାମ ଖୋଲାଯିବ । ତେବେ କେତୋଟି ଗେଟ ଦେଇ ବନ୍ୟାଜଳ ପ୍ରଭାହିତ ହେବ ତାହା ଜଣାପଡି ନାହିଁ । ଚଳିତ ବର୍ଷ ରାଜ୍ୟରେ ୯ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିଭଳି ଏଥର ମୌସୁମୀ ବାୟୁ ୧୦ ଦିନ ବିଳମ୍ଭରେ ପ୍ରବେଶ କରିଥିଲା ।