ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୨ ତାରିଖ ଠାରୁ ପୁଣି ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ଅନୁମାନ କରାଯାଉଛି । ୨ ଦିନ ଧରି ଲଗାଣ ବର୍ଷା ଲାଗି ରହିପାରେ । ଯାହାଫଳରେ ଏହି ସମୟ ମଧ୍ୟରେ ପୁଣି ଥଣ୍ଡା ଲେଉଟିବା ସହିତ ସକାଳ ବେଳା ଘନ କୁଡୁଡି ଦେଖା ଯିବାର ସମ୍ଭାବନା ରହିଛି । ଏହି ଅବସରରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ବିଶେଷ କରି ଉପକୂଳ ଓଡିଶାର କେତେକ ଜିଲ୍ଲା ସମେତ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତି ଆଦି ଜିଲ୍ଲାରେ ଘଡଘଡି ସମେତ ବର୍ଷା ହୋଇପାରେ ।
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସୂଚନାଯୋଗ୍ୟ ଗତ ସପ୍ତାହେ ତଳେ ମଧ୍ୟ ରାଜ୍ୟରେ ଲଗାଣ ବର୍ଷା ୨ ଦିନ ଲାଗି ରହିଥିଲା । ଯାହାଫଳରେ ଜନଜୀବନ ପ୍ରଭାବିତ ହୋଇଥିଲା । ତେବେ ମୁଗ ଚାଷୀଙ୍କ ପାଇଁ ଏହି ବର୍ଷା ଅନୁକୂଳ ହେବ ବୋଲି ଆଲୋଚନା ହେଉଛି । ଏବେ କିଆରିରେ ମୁଗ ଗଛ ଗୁଡିକ ଗଜା ହେଉଥିବାରୁ ଗଛ ବଢିବାରେ ବର୍ଷା ସହାୟ ହେବ ।