ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହୋଇଛି । ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜାଗାରେ ଅଦିନିଆ ବର୍ଷା ହୋଇ ପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁଚନା ଅନୁସାରେ ଆସନ୍ତା କାଲି ପଶ୍ଚିମ ଓଡିଶାର କେତେକ ଅଞ୍ଚଳ ସମ୍ବଲପୁର, ସୁନ୍ଦରଗଡ, କେଉଁଝର, ଝାରସୁଗୁଡା, ବରଗଡ, ଦେଓଗଡ ଓ ମୟୂରଭଂଜ ଜିଲ୍ଲାରେ ସାମନ୍ୟ ଧରଣର ବର୍ଷା ହୋଇପାରେ ।
ତେବେ ୨୪ ତାରିଖରେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, କେଉଁଝର ଓ ମୟୂରଭଂଜ, ଢେଙ୍କାନାଳ ଓ ନୟାଗଡ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଭୁବନେଶ୍ବରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିଭଳି ୨୫ ତାରିଖରେ କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରପଡା, ଭଦ୍ରକ, ଯାଜପୁର, ଓ ପୁରୀରେ ପ୍ରବଳ ବର୍ଷା ହେବ । ୨୬ ତାରିଖରେ ଆଭ୍ୟନ୍ତରୀଣ ଓଡିଶାର କେଉଁଝର, ମୟୂରଭଂଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।