ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆନ୍ଧ୍ରପ୍ରଦେଶ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପାଇଁ ମୌସୁମୀ ସକ୍ରିୟ ହୋଇଛି ବୋଲି ଭାରତୀୟ ପଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ଭୁବେନେଶ୍ୱର ପାଣିପାଗ ବିଭାଗ ୭ଟି ଜିଲ୍ଲାକୁ ଅରେଞ୍ଜ ଓ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଦକ୍ଷିଣ ଓ ଆଭ୍ୟନ୍ତରଣ ଓଡିଶାରେ ସାମାନ୍ୟ ବର୍ଷା ହେବ ବୋଲି ପାରିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଗାମି ୨୪ ଘଣ୍ଟା ସର୍ତକ ରହିବାକୁ ପାରିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ରାତି ମଧ୍ୟରେ ଉପକୂଳ ଓଡିଶା ଯଥା ପୁରୀ, ଭଦ୍ରକ, ଗଞ୍ଜାମ, କଟକ, ଖୋର୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଳାରେ ପ୍ରବଳ ବର୍ଷା ହେବାର ସୂଚନା ଥିବାରୁ ପାଣିପାଗ ବିଭାଗ ଏହି ସବୁ ଜିଲ୍ଳାରେ ଅରେଞ୍ଜ ୱାର୍ଣ୍ଣିଂ ଜାଣି କରିଛି ।
ସେହିପରି ଭାବେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୟାଗଡ, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଗଜପତି, ଢେଙ୍କାନାଳ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଲି ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି । ତେବେ ଘୂର୍ଣ୍ଣିବଳୟ ଧୀରେ ଧୀରେ ଆନ୍ଧ୍ର ମୁହାଁ ହେବାରୁ ଦୁଇ ଦିନ ଭିତରେ ସ୍ଥିତି ସୁଧୁରି ପାରେ ବୋଲି କୁହାଯାଉଛି ।