ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠୁ ପୁଣି ବଢିବ ବର୍ଷାର ପରିମାଣ । ଫେରି ଯାଇଥିବା ବର୍ଷା ପୁଣି ଲେଉଟିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର ପଞ୍ଜାବରୁ ବଙ୍ଗୋପସାଗରେ ଉପରେ ଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ କମି ଯାଇଥିବା ବର୍ଷା ଆଜି ଠାରୁ ବଢିବ ବୋଲି ସୂଚନା ମିଳିଛି । ସୂଚନ। ଅନୁସାରେ ଏ ସପ୍ତାହରେ ପାଗ କୋହଲା ରହିବ ।
ସେହିଭଳି ରାଜ୍ୟର କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷା ମଧ୍ୟ ହେବା ଅନୁମାନ କରାଯାଇଛି । ଯାଜପୁର ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜରେ ଅଧିକ ବର୍ଷା ହେବ । ସେହିପରି କଟକ ଓ ଜଗତସିଂହପୁରରେ ମଧ୍ୟ ବର୍ଷା ସାମାନ୍ୟ ଅଧିକ ହେବ । ପୁଣି ୧୧ ତାରିଖରେ ବର୍ଷାର ପରିମାଣ ବଢିବ । ଗତ ୩ ଦିନ ହେଲା ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି ।
ଯାହାର ପ୍ରଭାବରେ ଗ୍ରୀଷ୍ମ ଋତୁର ଅନ ୁଭବ କରୁଛନ୍ତି ଲୋକେ । ପାଖାପାଖି ୨୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ସୂଚନାଯୋଗ୍ୟ ଚଳିତ ଥର ମୌସୁମୀ ବାୟୁ ୧୦ ଦିନ ବିଳମ୍ବରେ ପ୍ରବାହିତ ହୋଇଥିଲା । ଯାହାରେ ପ୍ରଭାବରେ ୨ ଦିନ ଭଲ ବର୍ଷା ହେବା ପରେ ମୌସୁମୀ ପୁଣି ହଜି ଯାଇଥିଲା । ପୁଣି ଗତ ୪ ଦିନ ତଳେ ବର୍ଷା ସମାନ୍ୟ ବଢିଥିଲା । ପୁଣି ଯୋଉ କଥାକୁ ସେଇ କଥା ବର୍ଷା ଅଦୃଶ୍ୟ ହୋଇ ଯାଇଛି ।