ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସକାଳୁ ଉଠିବା ମୁସ୍କିଲ ହୋଇ ପଡିଛି । ସାରା ରାଜ୍ୟରେ ପାରଦ ତଳକୁ ଖସି ଯାଇଥିବା ବେଳେ ଶିତର ପ୍ରଭାବ ଅଧିକ ପଡିଛି । ସେପଟେ ଓଡିଶାର କାଶ୍ମୀର କୁହାଯାଇଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀଥିବା ବେଳେ ଫୁଲବାଣୀରେ ୭ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ମଧ୍ୟ ପଡିଛି ଶୀତର ପ୍ରଭାବ । ଏଠାରେ ତାପମାତ୍ରା ୯ ଡିଗ୍ରୀ ଥିବା ବେଳେ କଟକରେ ମଧ୍ୟ ସମାନ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଭୋର ସମୟରେ ଘନ କୁହୁଡି ପାଇଁ ଯାତାୟତ କରିବାରେ ବହୁ ଅସୁବିଧା ହେଉଛି । ସକାଳ ୧୦ ହୋଇଗଲେ ମଧ୍ୟ ଉଠିବା ପାଇଁ କଷ୍ଟ ଲାଗୁଥିବା କହୁଛନ୍ତିି ଜନସାଧାରଣ । ରାତି ସମୟରେ ୯ ହୋଇଗଲେ ଶୁନସାନ ହୋଇ ପଡୁଛି ରାସ୍ତାଘାଟ । ତେବେ ବିଭିନ୍ନ ସ୍ଥାନରେ ଲୋକମାନେ ଶିତ ଦାୟୁରୁ ରକ୍ଷା ପାଇବା ପାଇଁ ନିଆଁ ପୁଆଁଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।