ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଗତକାଲି ପରଲୋକ ଘଟିଛି । ମୃତ୍ୟୁ ଖବର ଆସିବା ପରେ ଓଡିଶାରେ ଶୋକର ଛାୟା ଖେଳିଯାଇଥିଲା । ଆଜି ରାଜ୍ୟ ବିଧାନସଭାରେ ହେମାନନ୍ଦ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ତାଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।
ଅନ୍ୟପଟେ ହେମାନନ୍ଦ ବିଶ୍ୱାଳଙ୍କୁ କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହାପରେ କଂଗ୍ରେସ ଭବନରୁ ତାଙ୍କ ମର ଶରୀରକୁ ପୈତୃକ ଗାଁ ଝାରସୁଗୁଡା ଜିଲ୍ଲା ଠାକୁରପଡା ନିଆଯାଇଛି । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ।