ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ଦେଶ ଲକ ଡାଉନ ରହିଥିବାରୁ ରାଜ୍ୟ ସରକାର ସମସ୍ତ ଘରୋଇ ସ୍କୁଲକୁ ନିବେଦନ କରିଥିଲେ ଫି କୋହଳ କରିବା ବା ବିଳମ୍ଭ କରିବା ନେଇ । ସରକାରଙ୍କ ଯୁକ୍ତି ରହିଥିଲା ଏହି ସମୟରେ ସବୁ ବ୍ୟବସାୟ ପତଇ୍େଠାନ ଆଦି ବନ୍ଦ ରହିଥିବାରୁ ,ହାର ସିଧା ପ୍ରଭାବ ଅଭିଭାବକଙ୍କ ଉପରେ ପଡିଛି । ଅଭିଭାବକଙ୍କୁ ହାଲକା କରିବା ପାଇଁ ସରକାର ଏହି ନିବେଦନ ଘରୋଇ ସ୍କୁଲକୁ କରିଥିଲେ । ତେବେ ଘରୋଇ ଟ୍ୟୁସନକୁ ନେଇ ଏକ ମାମଲା ହାଇକୋର୍ଟରେ ହୋଇଥିଲା ।
ହାଇକୋର୍ଟ ଏବେ ରାଜ୍ୟ ସରକାରଙ୍କୁ ଏହାର ଜବାଦ ଦେବା ପାଇଁ ନୋଟିସ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଗଣଶିକ୍ଷା ସଚିବଙ୍କୁ ଜବାବ ରଖିବା ପାଇଁ ନିର୍ଦେଶ ରହିଛି । ସୂଚନାଯୋଗ୍ୟ ଆବେଦନ କାରୀ ଆବେଦନରେ କହିଥିଲେ ଯେ କରୋନା ପଇଁ ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ସ୍କୁଲ କଲେଜ ବ ନ୍ଦ ରହିଛି । ଆଗକୁ ଆହୁରି କେତେଦିନ ବନ୍ଦ ରହିବ ତାମଧ୍ୟ ଜଣା ପଡିନାହିଁ । ତେବେ ଏଭଳି ପରିପ୍ରେକ୍ଷୀରେ ଏବେ ଘରୋଇ ସ୍କୁଲ ଗୁଡିକ ଟିଉସନ ଫି ଦାବି କରୁଛନ୍ତି । ସରକାର ଏନେଇ ଅପିଲ କରିବା ପରେ ମଧ୍ୟ ଘରୋଇ ସ୍କୁଲ ଗୁଡିକ ଫି ଛାଡିବାକୁ ନାରାଜ । କୋର୍ଟ ଏନେଇ ବିଚାର କରିବାକୁ ଆବେଦନ ହୋଇଥିଲା ।