ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଘରୋଇ ସ୍କୁଲ ଫି ମାମଲା ନେଇ ଆଜି ହାଇକୋର୍ଟରେ ଶୁଣାଣି ।ରାଜ୍ୟ ସରକାର ସ୍କୁଲ ଫି କେତେ କମାଇବେ ଏ ନେଇ ସ୍ପଷ୍ଟ କରିବାକୁ ନର୍ଦ୍ଦେଶ ଦିଆଯାଇଛି । ବେସରକାରୀ ସ୍କୁଲ ଫି ଛାଡ଼ କରିବା ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ନେବା ଦାୟିତ୍ୱ ଛାଡ଼ିଛନ୍ତି ରାଜ୍ୟ ସରକାର ।
କରୋନା ମହାମାରୀ ସମୟରେ ସମସ୍ତ ସରକାରା ସ୍କୁଲ ବନ୍ଦ ରହିଥିବା ବେଳେ ପିଲାମାନେ ସ୍କୁଲ ଯାଉନାହାନ୍ତି ତି ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ସ୍କୁଲକୁ ଆସୁନାହାନ୍ତି ।ଏଭଳି ସ୍ଥଳେ ବେସରକାରୀ ବିଦ୍ୟାଳୟମାନେ ପିଲାମାନଙ୍କଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି । ଅନ୍ୟପଟେ ସ୍କୁଲ ଫି କମାଇବା ପାଇଁ ଅଭିଭାବକ ମହାସଂଘ ଦାବି ଜୋରଦାର ରେ ଲାଗିଛି । କରୋନା ଲକଡ଼ାଉନ ସମୟରେ ସ୍କୁଲ ବନ୍ଦ ଥିବାରୁ ଫି କମାଇବା ଲାଗି ଅଭିଭାବକ ମହାସଂଘ ଦାବି କରିଛି ।