ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଚଳାଚଳ କରିବ ଅଧିକ ସଂଖ୍ୟକ ବିମାନ ! ରାଜ୍ୟରେ ଅଧିକ ସଂଖ୍ୟାକ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉସ୍ତରୀୟ ବୈଠକ ବସିଯାଇଛି । ରାଜ୍ୟରେ ଅଧିକ ସଂଖ୍ୟକ ଯାତ୍ରୀ ଯେପରି ବିମାନ ଯାତ୍ରାର ସୁବିଧା ପାଇପାରିବେ ସେଥି ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଆଜି ଭୁବନେଶ୍ୱରରେ ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଏହି ବୈଠକରେ ୨୫ଟି ଏୟାରଲାଇନ୍ସର ମୁଖ୍ୟ ନିର୍ବାହୀ ଅଧିକାରୀ ସାମିଲ ହୋଇଛନ୍ତି । ବୈଠକରେ ରାଜ୍ୟର ଅଧିକ ସଂଖ୍ୟକ ଯାତ୍ରୀ ଯେପରି ବିମାନ ଯାତ୍ରା ସୁବିଧା ପାଇପାରିବେ ସେଇ ଆଲୋଚନା ହୋଇଛିି । ତେବେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ , ଯୁଗ୍ମ ସଚିବ, ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସଚିବ ପ୍ରମୋଦ ମେହେର୍ଦ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।