ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରକୁଦ ଜଳଭଣ୍ଡାରର ଆଉ ୬ ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍ମାସିତ ହେଉଛି । ବାମ ପଟେ ଗୋଟେ ଏବଂ ଡାହାଣ ପଟେ ଗୋଟେ ଲେଖାଁଏ ଗେଟ୍ ଖୋଲା ଅଛି ।
ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୭.୪୧ ରହିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୫୫,୦୬୦ କ୍ୟୁସେକ ଜଳ । ସେହିପରି ନିଷ୍କାସିତ ହେଉଛି ୧,୫୭,୧୩୨ କ୍ୟୁସେକ ଜଳ ।
ସୂଚନାଯୋଗ୍ୟ , ମୋଟ ୧୨ ଟି ଗେଟ୍ ରୁ ବୁଧବାର ୪ ଟି ଗେଟ୍ ବନ୍ଦ ହୋଇଥିବା ବେଳେ ଆଜି ଆଉ ୬ ଟି ଗେଟ୍ ବନ୍ଦ ହୋଇଛି । ମାତ୍ର ଦୁଇଟି ଗେଟ୍ ଦେଇ ଏବେ ଜଳ ନିଷ୍କାସିତ ହେଉଛି ।