ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରୁ ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ପ୍ରଥମ ଦିନରେ ୫ ଟି ଗେଟ୍ ଦେଇ ଜଳ ନିଷ୍ପାସନ କରାଯିବ । ଏନେଇ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଯାଇଛି ।
ହୀରାକୁଦ ଜଳଭଣ୍ଡାରରେ ରବିବାର ସକାଳ ସୁଦ୍ଧା ୬୧୦.୯୩ ଫୁଟ୍ ଜଳସ୍ତର ରହିଛି । ସେହିପରି ପ୍ରତି ସେକେଣ୍ଡରେ ୧,୭୭,୯୫୬ କ୍ୟୁସେକ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି । ଯାହାଦ୍ୱାରା ଜଳସ୍ତର ବଢିବାରେ ଲାଗିଛି ।