ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରଙ୍ଗ ଓ ପ୍ରେମ ନେଇ ଆସିଛି ରଙ୍ଗର ପର୍ବ ହୋଲି । ସଭିଏଁ ହେବେ ରଙ୍ଗେଇ । ସବୁଠି ଜମିବ ରଙ୍ଗର ମାହୋଲ । ଆଜି ରାଜ୍ୟରେ ପାଳିତ ହେଉଛି ରଙ୍ଗ ଉତ୍ସବ । ଏନେଇ ଚାରିଆଡେ ଉତ୍ସାହର ମାହୋଲ ।
ଦୀର୍ଘ ଦୁଇ ବର୍ଷ ହେଲା କରୋନା ପାଇଁ ଫିକା ପଡିଥିଲା ରଙ୍ଗ ପର୍ବ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଛି । ଘରେ ଘରେ ନିଜ ପ୍ରିୟଜନଙ୍କ ସହ ରଙ୍ଗ ଖେଳିବାକୁ ରହିଛି ଅନୁମତି । ରଙ୍ଗ ଖେଳିବା ସମୟରେ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।