କଟକ(ଏଟିଆର ବ୍ୟୁରୋ): ଖାଦ୍ୟ ଭଳି ମଦର ହେବ ହୋମ୍ ଡେଲିଭରି । ଗ୍ରାହକଙ୍କୁ ଦେବାକୁ ପଡିବ ୧୦% ସର୍ଭିସ୍ ଚାର୍ଜ । କରୋନା ମହାମାରୀ ପାଇଁ ରାଜ୍ୟରେ ପ୍ରାୟ ୩ ମାସ ହେବ ମଦ ଦୋକନ ବନ୍ଦ ହୋଇ ରହିଛି । ତେବେ ତୃତୀୟ ପର୍ଯ୍ୟାୟର ଲକ୍ ଡାଉନ୍ ଆରମ୍ଭ ହେବା ଦିନଠୁ କେନ୍ଦ୍ର ସରକାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହା ପରେ କିଛି ରାଜ୍ୟରେ ମଦ ଦୋକାନ ଖୋଲାଯାଇଥିଲା । ହେଲେ ସେଠାରେ କୋଭିଡ-୧୯ର ନିୟମ ଗୁଡିକ ଲୋକ ମାନେ ଭାଙ୍ଗୁ ଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ଯେଉଁ ରାଜ୍ୟ ମାନଙ୍କରେ ମଦ ଦୋକାନ ଖୋଲି ନଥିଲା ତାହାକୁ ନେଇ ଗ୍ରାହକ ମାନଙ୍କ ମନରେ ଦ୍ୱନ୍ଦ ରହିଥିଲା । ଏହାକୁ ନେଇ ସୁପ୍ରିମ କୋର୍ଟ ଏକ ଶୁଣାଣୀ କରି କହିଥିଲେ, ରାଜ୍ୟ ସରକାର ଚାହିଁଲେ ମଦ ଦୋକନ ଖୋଲିପାରିବେ । ଏହା ସହ ମଦର ହୋମ୍ ଡେଲିଭରି କରିପାରିବେ । ତେବେ ଅନ୍ ଲାଇନ ମଦ ବିକ୍ରି କରିବାପାଇଁ ଏକ ଉଚ୍ଚସ୍ତରୀୟ ଅବକାରୀ କମିଟି ଗଠନ କରାଯାଇ ଥିଲା । ଏହି କମିଟି ନିଷ୍ପତି ଅନୁଯାଇ ଉଭୟ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଓ ମଦ ଦେକାନୀ ମାନେ ପିଲା ରଖି ମଦକୁ ହୋମ୍ ଡେଲିଭରି କରିପାରିବେ ।
ତେବେ ସର୍ବନିମ୍ନ ୫୦୦ ଟଙ୍କାର ମଦ କରିବାକୁ ପଡିବ ଆଉ ଏଥିପାଇଁ ୫୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡିବ ଗ୍ରାହକ ମାନଙ୍କୁ । ଅବକାରୀ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ପରାମର୍ଶ ଅନୁସାରେ, ଘରେ ଖାଦ୍ୟ ପହଞ୍ଚାଣ କରୁଥିବା ସଂସ୍ଥା ଅବକାରୀ ବିଭାଗଠାରୁ ଉପଯୁକ୍ତ ଫୋରମରେ ଅନୁମତି ନେଇ ମଦ ବିକ୍ରି କରିପାରିବ । ଏଥିପାଇଁ ମଦ ଦୋକାନର ତଥ୍ୟ, ମଦ ବା କମ୍ପାନୀର ନାଁ ଓ ମୂଲ୍ୟ ବିଷୟରେ ତଥ୍ୟ ଓଏସବିସିଏଲ (ଓଡ଼ିଶା ଷ୍ଟେଟ୍ ବ୍ରିଭରେଜ୍ କର୍ପୋରେସନ ଲିମିଟେଡ୍) ୱେବସାଇଟରୁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସଂଗ୍ରହ କରିବ । ଡେଲିଭରି ବୟର ସବୁ ତଥ୍ୟ ଅବକାରୀ ବିଭାଗ ପାଖରେ ରହିବ ।ଗ୍ରାହକମାନେ ମଧ୍ୟ ଓଏସବିସିଏଲ ୱେବସାଇଟରୁ ତଥ୍ୟ ନେଇ ମଦ କୋକାନୀଙ୍କ ସହ ଫୋନରେ କଥା ହୋଇ ଅର୍ଡର କରିବେ । ଅର୍ଡର ବେଳେ ନିଜର ମୋବାଇଲ୍ ନମ୍ୱର, ଆଧାର ନମ୍ୱର କିମ୍ୱା ଭୋଟର ପରିଚୟ ପତ୍ର ନମ୍ୱର ଦେବା ବାଧ୍ୟତାମୂଳକ । ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ ।ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନଲାଇନରେ ଅର୍ଡର ନିଆଯିବ । ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯାଇ ପାରିବ । ଏନେଇ ବିଧିବଦ୍ଧ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ ।