ଅନୁଗୋଳ (ଏଟିଆର ବ୍ୟୁରୋ); ନୂଆ କରି ତିଆରି ହୋଇଥିବା ମେଡିକାଲ ସିଲିଂ ଖସିଲା । ଅଳ୍ପକେ ବର୍ତ୍ତିଲେ ରୋଗୀ । ଏହାକୁ ଦେଖିବା ପରେ ଭୟଭିତ ହୋଇ ଯାଇଛନ୍ତି ରୋଗୀ । ତେବେ ଏଭଳି ଅଘଟଣ ଘଟିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଦ୍ୱିତୀୟ ମହଲାରୁ ତୃତୀୟ ମହଲାକୁ ଯିବା ସିଡି ପାଖ ସର୍ଜରୀ ୱାଡ ପାଖ ସିଲିଂ ଖସି ପଡିଛି । ପ୍ରାୟ ୧୦ ଫୁଟର ୱାଲ ଖସି ପଡିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ନୂଆ କରି ତିଆରି ହୋଇଥିବା ୱାଲ ଖସି ପଡିଥିଲା । କାହର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଭୟ କରି ଯାଇଛନ୍ତି ରୋଗୀ । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମେଡିକାଲ କତ୍ତୃପକ୍ଷ । ତେବେ ଏହି ଘଟଣା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କାରଣ ଦିନକୁ ଦିନ ମେଡିକାଲରେ ବଢ଼ି ଚାଲିଛି ଅଘଟଣ । କେବେ ନିଆଁ ତ ଆଉ କେବେ ଖସି ପଡୁଛି ସିଲିଂ । ନିମ୍ନମାନର କାମ ହୋଇଥିବାରୁ ଏପରି ଖସି ପଡୁଛି ବୋଲି ସାଧାରଣ ଲୋକ ଅଭିଯୋଗ ଆଣିଛନ୍ତି ।