ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଲୋଚନା କରିବାକୁ ସରକରେ ଡରୁଛନ୍ତି ଏମିତି କହିଛନ୍ତି ନରସିଂହ ମିଶ୍ର । ଆଜି ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ଏମିତି କି ଗୃହରେ ନାରାବାଜି ଦେବା ସହିତ ହଟ୍ଟଗୋଳ କରିଥିଲେ । କୃଷକ ଓ କୃଷିକୁ ନେଇ ବିଭିନ୍ନ ପ୍ରସଙ୍ଗକୁ ନେି ଗୃହ ମୁଲତବି ରଖିବାକୁ ଆଜି କଂଗ୍ରେସ ପ୍ରସ୍ତାବ ଦେଇଥିଲା । ବାଚସ୍ପତି କଂଗ୍ରେସର ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବାରୁ ସେମାନେ ଗୃହରେ ହଟ୍ଟଗୋଳ କରିବା ସହିତ ନାରାବାଜି ଆରମ୍ଭ କରିଥିଲେ । ଯାହାର ପ୍ରଭାବରେ ବାଚସ୍ପତି ଆଜି ଦିନ ୧ ୧ ଟା ପର୍ଯ୍ୟନ୍ତ ଗଡକୁ ମୁଲତବି ରଖିଛନ୍ତି ।
ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରଥମ ଦିନରୁ କଂଗ୍ରେସ କୃଷି ଓ କୃଷକ ସମସ୍ୟାକୁ ନେଇ ମୁଲତବି ପ୍ରସ୍ତାବ ଦେଇଛି । ବିଜେପି ମଧ୍ୟ ମୁଲତବି ପ୍ରସ୍ତାବ ଦେଇଥିଲା । ଦୁଇଟି ମୁଲତବି ପ୍ରସ୍ତାବ ଉପରେ ଆଲୋଚିନା କରିବା ପାଇଁ ପରାମର୍ଶ ଦାତା କମିଟିକୁ ସୂଚନା ଦେଇଥିଲା । ସରକାର ଆଲୋଚନାକୁ ଡରୁଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ସେହଭଳି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କଂଗ୍ରେସର ହୋ ହାଲ୍ଲାକୁ ନେଇ କହିଛନ୍ତି କେଉଁ ସମୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାର ନିର୍ଦ୍ଧିଷ୍ଟ ସମୟ ରହିଛି । ଶୂନ୍ୟକାଳରେ ମଧ୍ୟ ଏକଥା ସେମାନେ ଉଠାଇ ପାରିଥାନ୍ତେ । କିନ୍ତୁ ସେଭଳି ନକରି ପ୍ରଶ୍ନକାଳ ମଝିରେ ମୁଲତବୀ ପ୍ରସ୍ତାବ ରଖିଥିଲେ । ପ୍ରଶ୍ନକାଳକୁ ବନ୍ଦ କରିବା ଠିକ୍ ନୁହେଁ ।