ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବଢିଲା ସର୍ବକ୍ଷମା ସମୟ ସୀମା । ଆସନ୍ତା କାଲି ସରିବାକୁଥିଲା ସର୍ବକ୍ଷମା ସମୟ ସୀମା । ତେବେ ଆଉ ୧୫ ଦିନ ବଢିଲା ସର୍ବକ୍ଷମା ସମୟ ସୀମା । ଲୋକ ମାନଙ୍କର ଆଗ୍ରହକୁ ଦେଖି ଏହି ନିଷ୍ପତି ନେଇଛି ନଗର ଉନ୍ନୟନ ବିଭାଗ । ରାଜ୍ୟ ସରକାର ଯେଉଁ ମାନେ ବିଡିଏ ନିୟମ ଅନୁଯାଇ ଘର ତିଆରି କରିନାହାନ୍ତି, ବିଡିଏ ଆପରୁଭାଲ ନେଇ ତାହା ଠାରୁ ଅଧିକ ଜାଗାରେ ଘର ତିଆରି କରିଛନ୍ତି ସେମାନଙ୍କ ଘର ରେଗୁଲାରାଇଜ କରିବା ପାଇଁ ୨୦୧୮ରେ ସର୍ବକ୍ଷମା ଯୋଜନା ଆଣିଥିଲେ ।
ଏହି ଯୋଜନା ଅନୁସାରେ ଲୋକ ମାନଙ୍କୁ ୬ ମାସ ସମୟ ସୀମା ଦିଆଯାଇଥିଲା । ତେବେ ବିଡିଏ ଏହି ଯୋଜନାରେ ରଖିଥିବା ସର୍ତ୍ତବଳୀରେ ଲୋକ ମାନେ ରାଜି ହୋଇ ନଥିଲେ । ଏହାକୁ ପରିବର୍ତ୍ତନ କରାଯାଇ ପୁଣୀ ରାଜ୍ୟ ସରକାର ୬ ମାସ ସମୟ ସୀମା ଦେଇଥିଲେ । ବିଡିଏ ପକ୍ଷରୁ କିଛି ଦିନ ତଳେ ଘୋଷଣା କରାଯାଇଥିଲା ଯେ , ଯେଉଁ ମାନେ ବେଆଇନ ଭାବେ ଘର ନିର୍ମାଣ କରିଛନ୍ତି ସେମାନଙ୍କର ଘର ଆସନ୍ତା ୫ ତାରିଖ ପରେ ଯାଞ୍ଚ କରାଯାଇ ଉଚ୍ଛେଦ କରାଯିବ । ଏହା ପରେ ଲୋକ ମାନେ ସର୍ବକ୍ଷମା ଯୋଜନାର ସମୟ ସୀମାକୁ ବଢାଇବା ପାଇଁ ଦାବୀ କରିଥିଲେ । ଆଜି ଏହାର ସମୟ ସୀମାକୁ ବଢାଇ ଦିଆଯିବା ସହ ନିୟମ ଉଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି ।