ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଭାରତରେ କିପରି ଚାଲିଛି କରୋନା ଟିକାର ପ୍ରସ୍ତୁତି ଏ ନେଇ ଆଜି ପହଁଚିବେ ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରପତି । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରପତି ଆଜି ହାଇଦ୍ରାବାଦରେ ଆସି ପହଁଚିବେ । ପ୍ରତିନିଧିମାନେ ବାୟୋଟେକ ଏବଂ ବାୟୋଲୋଜିକାଲ –ଇ କମ୍ପାନୀ ବୁଲି କରୋନା ଟିକା ପ୍ରସ୍ତୁତି ସମ୍ପର୍କରେ ଅଧିକାରୀଙ୍କଠାରୁ ପଚାରି ବୁଝୁଛନ୍ତି ।
ବର୍ତ୍ତମାନ ଭାରତରେ ୬ ଟି କରୋନା ଟିକାର ପ୍ରସ୍ତୁତି କାମ ଚାଲିଛି । ଭାରତ ବାୟୋଟେକ୍ କୋଭାକ୍ସିନ୍ ନାମକ କରୋନା ଟିକା ମଧ୍ୟ ପ୍ରସ୍ତୁତି କରୁଛି । ଏହାର ଏବେ ତୃତୀୟ ପର୍ୟ୍ୟାୟ ମାନବ ପରୀକ୍ଷଣ ଚାଲିଛି ।
ବର୍ତ୍ତମାନ ଭାରତ ବିଶ୍ୱରେ ଫାର୍ମା ଟିକା ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଦେଶ ମଧ୍ୟ ରେ ଆଗୁଆ ରହିଛି । କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ବଡ଼ ଭୂମିକା ତୁଲାଇବ ବୋଲି କୁହାଯାଇଛି ।ଅନ୍ୟ ଦେଶ ସହିତ ସହଯୋରେ କରୋନା ଟିକା ପ୍ରସ୍ତୁତି କରାଯାଇ ଏହାକୁ ବିଭିନ୍ନ ରାଷ୍ଟ୍ରକୁ ଯୋଗାଇ ଦିଆଯିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି ।