ରାଉରକେଲା ( ଏଟିଆର ବ୍ୟୁରୋ): ଷ୍ଟିପ ପିନ ଭାଙ୍ଗିବାରୁ ଷ୍ଟେସନରେ ଅଟକିଲା ଟ୍ରେନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ । ଖବର ଅନୁସାରେ ଆଜି ସକାଳ ୬ ଟା ୩୦ ରେ ରାଉରକେଲା ଷ୍ଟେସନରେ ଅହମ୍ମଦାବାଦ – ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ପହଞ୍ଚିଥିଲା । ମାତ୍ର ସେଠାରେ ଯାଞ୍ଚବେଳେ ଜଣା ପଡିଲା ଏସ ୪ ବଗିରେ ଯାନ୍ତ୍ରିକ ତୃଟି ରହିଥିବା । ପରେ ଅଧିକ ଯାଞ୍ଚ ପରେ ଚକା ପାଖରେ ଥିବା ଷ୍ଟିପ ପିନଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା ।
ଫଳରେ ଟ୍ରେନଟି ପାଖାପାଖି ୨ ଘଣ୍ଟା କାଳ ମରାମତି ପାଇଁ ଅଟକି ରହିଥିଲା । ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଟ୍ରେନଟି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି ।