ଯାଜପୁର (ଏଟିଆର ବ୍ୟୁରୋ) ; ସ୍ୱାମୀ ସ୍ତ୍ରୀର ମଧୁର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଅମାନୁଷିକ ମାଡ ମାରଛି ସ୍ୱାମୀ । ଲହୁ ଲୁହାଣ ହୋଇପଡିଛି ସ୍ତ୍ରୀ । ସନ୍ଦେହ କରି ସ୍ତ୍ରୀ ଉପରେ ହୋଇଛି ମାଡ । ତେବେ ଏଭଳିଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ମିଳିଥିବା ସୂଚନା ମୁତାବକ ଫୋନରେ ଗପୁଥିବା କାରଣରୁ ଝଗଡା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଉତ୍ୟକ୍ତ ହୋଇ ଭିତରୁ କବାଟ ବନ୍ଦ କରି ମାଡ ମାରିଥିଲେ । ଏତିକିରେ ମନ ଶାନ୍ତି ହୋଇ ନଥିଲା ଯେ ଗ୍ୟାସ ଚୁଲାରେ ରଡକୁ ଗରମ କରି ଦେହର ସବୁ ଅଙ୍ଗରେ ଚେଙ୍କ ଦେଇଥିଲେ । ଅଭିଯୁକ୍ତ ସ୍ୱାମୀ ଜଣକ ହେଲେ ରବି ଏବଂ ନିର୍ଯ୍ୟାତନାର ଶିକାର ହୋଇଥିବା ମହିଳା ଜଣକ ହେଲେ ଝୁମା । ଦୁହେଁ ପ୍ରେମ ବିବାହ କରିଥିବା ବେଳେ ଗୋଟିଏ ୩ ବର୍ଷର ପୁଅ ଏବଂ ୫ ବର୍ଷର ଝିଅ ଅଛନ୍ତି । ଏମାନଙ୍କର ପ୍ରେମ ବିବାହ ହୋଇଥିଲେ ମଧ୍ୟ ଭୁଲ ବୁଝାବଣା ପାଇଁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ଦୁଇ ଘଣ୍ଟାକାଳ କବାଟ କିଳି ଅମାନୁଷିକ ଭାବେ ନିର୍ଯ୍ୟାତନା ଦେଇ ଚାଲିଥିଲେ। ମହିଳାଙ୍କ କାନ୍ଦ ବୋବାଳି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଖବରପାଇ ଯାଜପୁର ଜିଲା କିନ୍ନର ସ˚ଘର ସଭାପତି କାଜଲ ନାୟକ ଗୁରୁତର ଝୁମାଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏନେଇ ଯାଜପୁରରୋଡ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି। ଅପରପକ୍ଷରେ ଯାଜପୁର ରୋଡ ଥାନାକୁ ଯୋଗାଯୋଗ କରାଯିବାରୁ ପୁଲିସ ଘଟଣାର ତଦନ୍ତ କରୁଛି। କୌଣସି ଲିଖିତ ଅଭିଯୋଗ ହୋଇନି। ମହିଳା ଜଣକ ସୁସ୍ଥ ହେବା ପରେ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛନ୍ତି।