ବାଲେଶ୍ୱର ( ଏଟିଆର ବ୍ୟୁରୋ): ସ୍ତ୍ରୀକୁ କୁଟାରେ ପୋଡି ମାରିଲା ସ୍ୱାମୀ । ସ୍ତ୍ରୀକୁ ମାରି ନିଜେ ପିଇଲା ବିଷ । ଡାକ୍ତରଖାନାରେ ମାନିଲା । ଏମିତି ଏକ ନିର୍ମମ ହତ୍ୟାକାଣ୍ଡ ଦେଖିବାକୁ ମିଳିିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମରେ । ସୂଚନା ଅନୁସାର ଉକ୍ତ ଗ୍ରାମର ନୀଳାମ୍ବର ମଳିକ ନାମଙ୍କ ଜଣେ ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ତାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ତାଙ୍କ ସ୍ତ୍ରୀ ସାବିତ୍ରୀ ଯାଇଥିଲେ । ବିଲରେ କୌଣସି କାରଣ ନେଇ ସାବିତ୍ରୀ ଓ ନିଳାମ୍ଭରଙ୍କ ମଧ୍ୟରେ ବଚସା ହୋଇଥିଲା ।
ପାଟିତୁଣ୍ଡ ବଢିବାରୁ ସ୍ୱାମୀ ନୀଳାମ୍ଭର ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ବିଲରେ ପଡିଥିବା କୁଟାରେ ନିଆଁ ଲଗାଇ ପୋଡି ଦେଇଥିଲେ । ହତ୍ୟା କରିବା ପରେ ନିଜେ ମାନସିକ ଭାରସ୍ୟାମ ହରାଇ ନିଜେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । କିଟନାଶକ ପିଇ ଦେଇଥିଲା । ପରେ ସେଠାରୁ ନିଜେ ଡାକ୍ତରଖାନା ଯାଇ ସେଠାରେ ସବୁ କଥା ପ୍ରକାଶ କରିଥିଲା ।
ଡାକ୍ତରଖାନା ପକ୍ଷରୁ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଡାକ୍ତରଖାନରେ ପହଞ୍ଚି ନିଳାମ୍ଭରକୁ ଜବତ କରିବା ସହିତ ବିଲରେ ସ୍ତ୍ରୀର ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମଦ ନିଶାରେ ନିଳାମ୍ଭର ମଦ ନିଶାରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ହତ୍ୟା କରିଥିବା ଜଣା ପଡିଛି । ବିଲରେ ରକ୍ତର ଛିଟା ମଧ୍ୟ ପଡିଥିବା ଦେଖିବାକୁ ମିଳିଛି ।