ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବହୁ ସମୟରେ ସରକାରୀ ବଡ ବଡିଆ ବାବୁ ମାନଙ୍କ ଠାରୁ ଆରମ୍ଭ କରି ବହୁ ତଳିଆ କର୍ମଚାରୀ ମାନେ ଭିଜିଲାନ୍ସ ହାବୁଡରେ ପଡିଥାନ୍ତି । ତେବେ କେତେ ବେଳେ ଲାଞ୍ଚ ନେଇ ଧରାପଡନ୍ତି ତ ଆଉ କେତେ ବେଳେ ସମ୍ପତି ଠୁଳ ଅଭିଯୋଗରେ । ସେହିଭଳି ଜଣେ ଆଇଏଏସ ଅଧୀକାରୀଙ୍କୁ ଧରିଛି ଭିଭିଲାନ୍ସ ଟିମ୍ । ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଛି ।
ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ବିଲ୍ ପାସକୁ ନେଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ଥିବାର ସୂଚନା ମିଳିଛି । ବିଜୟ କେତନଙ୍କୁ ଧରିବା ପରେ ବହୁ ଜାଗା ସହ ତାଙ୍କ ଅଫିସରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଚଢାଉ ଜାରି ଥିବାରୁ ବିଜୟ କେତନଙ୍କ ସମ୍ପତି ବିଷୟରେ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରକାରର ସୂଚନା ମିଳି ପାରି ନାହିଁ ।