ପୁରୀ (ଏଟିଆର ବ୍ୟୁରୋ): ବରିଷ୍ଠ ଆଇଏଏସ ଅଫିସର ବୀର ବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଶନିବାର ରାତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।
୧୯୯୬ ବ୍ୟାଚ୍ ର ଆଇଏଏସ ଅଫିସର ବୀର ବିକ୍ରମ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ଥିବାବେଳେ ଏବେ ତାଙ୍କୁ ଶ୍ରୀମନ୍ଦିରର ପ୍ରଶାସକ ଦାୟିତ୍ୱ ଦିଆଯାଇଛି ।
ବରିଷ୍ଠ ଆଇଏଏସ ଅଫିସର ଡ.କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନକୁ ଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦ ଖାଲି ପଡିଥିଲା ।