ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାକୁ ଫେରିବ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଅତି ପ୍ରିୟ ସାଥୀ । ଏଥିନିମନ୍ତେ ଲୋକସେବା ଭବନରେ ବସିଥିବା ବୈଠକରେ ରାଜ୍ୟ ସରକାର ପକ୍ଷରୁ ବିଧିବଦ୍ଧ ଭାବେ ଆଲୋଚନା କରାଯାଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । ଲୋକସଭାରେ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦର କତ୍ତୃପକ୍ଷ, ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହି ବୈଠକର ପ୍ରାରମ୍ଭରେ କଲିକତା ବିମାନ ବନ୍ଦରରେ ଥିବା ବିଜୁ ବାବୁଙ୍କ ଡାକୋଟା ବିମାନକୁ କିଭଳି ରାଜ୍ୟକୁ ଅଣା ଯାଇପାରିବ ସେଥିପାଇଁ ଆଲୋଚନା କରାଯାଇଛି । କେନ୍ଦ୍ର ବେସାମରିକ ବିମାନ ମନ୍ତ୍ରାଳୟକୁ ଚିଠି ଲେଖି ଡାକୋଟା ବିମାନକୁ ଓଡିଶା ଆଣିବା ଲାଗି ଅନୁମତି ପ୍ରଦାନ କରିବାକୁ ଓଡିଶା ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବିମାନ ଓଡିଶା ଆସିବା ପରେ କେଉଁଠି ରହିବ ତାହା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ପରିବହନ ବିଭାଗ ସଚିବ ମନୋଜ ମିଶ୍ର ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।