ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଏଣିକି ନଷ୍ଟ କରିପାରିବେନି ସରକାରୀ ସମ୍ପତ୍ତି । ଆନ୍ଦୋଳନ ନାଁରେ ସରକାରୀ ସମ୍ପତ୍ତିକୁ ଭଙ୍ଗାରୁଜା କରିବା ପଡିବ ମହଙ୍ଗା । ଜାରି ହେଲା କଡା କାର୍ଯ୍ୟନୁଷ୍ଟାନ ନିର୍ଦ୍ଦେଶ । ସୁପ୍ରୀମକୋର୍ଟ ନିର୍ଦ୍ଦେଶରେ ଗଣ୍ଡଗୋଳ ,କିମ୍ବା ଆନ୍ଦୋଳନ ରେ ଏକାଧିକ ଲୋକ ସଂମ୍ପୃକ୍ତ ହୋଇ ସରକାରୀ ସମ୍ପତିକୁ ଭଙ୍ଗାରୁଜା କରିବା ପାଇଁ କଡା କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି କହିଥିଲେ । ତେବେ ଆଜି ଏହି ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ଏହାକୁ କଠୋର ଭାବେ ପାଳନ କରାଯିବାକୁ ନେଇ ଏକ ନିର୍ଦ୍ଦେଶନାମା ରାଜ୍ୟର ସବୁ ଏସପି ଓ ଡିସିପି ମାନଙ୍କ ପାଇଁ ଜାରି କରାଯାଇଛି ।
ନିୟମ ଅନୁଯାଇ ଗଣ୍ଡଗୋଳ କିମ୍ବା ହିଂସା ସ୍ଥାନରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ହେଲା ତ ପୋଲିସ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇପାରିବ । ଖାଲି ସେତିକି ନୁହେଁ ଅତିଶିଘ୍ର ସେ ସଙ୍କ୍ରାନ୍ତରେ ରିପୋର୍ଟ ଦେବା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ସେହିପରି ଏକାଧିକ ଲୋକ ହିଂସା ଘଟାଇ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ ନିୟମ ଅନୁଧାଇ ସମସ୍ତେ ମିଶି ସେ ସବୁ କ୍ଷତିର ଭାରଣା କରିବେ ବୋଲି ଡିଜି କହିଛନ୍ତି । ଅନ୍ୟପଟେ ହିଂସାରେ କେହି ମୃତ୍ୟୁ ବରଣ କଲେ ଦୋଷୀ ପ୍ରତି କଡା କାର୍ଯ୍ୟନୁଷ୍ଠାନ ନେବାକୁ କୁହାଯାଇଛି ।