ଭୁବନେଶ୍ୱର (ଏଟିଆର ବ୍ୟୁର):ଆମ ସମାଜ କିନ୍ନର ମାନଙ୍କୁ ସଦାବେଳେ ଘୃଣା ଚକ୍ଷୁରେ ଦେଖି ଆସୁଛି । କିନ୍ତୁ ସେମାନେ କିଭଳି ଆମ ସମାଜରେ ଭଲରେ ରହିବେ ସେଥିପାଇଁ ବିଭିନ୍ନ ଅନୁଷ୍ଠାନ ସଦାବେଳେ କାମ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର କିନ୍ନର ମାନଙ୍କ ପାଇଁ ନୂଆ ନୂଆ ପଦକ୍ଷପ ନେଉଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ କିନ୍ନର ମାନେ କିଭଳି ଆଗକୁ ଯିବେ ସେଥିପାଇଁ ମଧ୍ୟ ସରକାର ଦୃଷ୍ଟି ଦେଉଛନ୍ତି ।
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଗତବର୍ଷ କିନ୍ନର ମାନଙ୍କୁ ମାଗଣା ନାମ ଲେଖାଇବା ସହ ଶିକ୍ଷାଦାନ ଲାଗି ନିଷ୍ପତି ନେଇଥିଲେ । କିନ୍ତୁ ଗୋଟିଏ ବର୍ଷ ପରେ ଇଗ୍ନୋର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋଜ କୁମାର ଦାଶ କିନ୍ନରମାନେ ଆଉ ଇଗ୍ନୋରେ ମାଗଣା ପଢି ପାରିବେନି ବୋଲି ଆଜି ସୂଚନା ଦେଇଛନ୍ତି । ଏଥର କିନ୍ନର ମାନଙ୍କୁ ଇଗ୍ନୋରେ ପାଠ ପଢିବାକୁ ହେଲେ ଖର୍ଚ୍ଚ କରିବାକୁ ଅର୍ଥ ।
ଡ. ଦାଶ କହିଛନ୍ତି ଯେ କିନ୍ନର ମାନଙ୍କୁ ମାଗଣା ପଢାଇବା ଯୋଜନା ଫଳପ୍ରଦ ହେଲା ନାହିଁ । ଯେଉଁଥିପାଇଁ ଇଗ୍ନୋ ମୁଖ୍ୟ କାର୍ଯ୍ୟଳୟରୁ ଏହି ନିଷ୍ପତିକୁ ବଦଳାଇ ଦିଆଯାଇଛି । ଯଦି କୌଣସି ସ୍ଥାନରେ ଅଧିକ ସଂଖ୍ୟାରେ କିନ୍ନର ମାନେ ପାଠ ପଢିବାକୁ ଚାହିଁବେ ତେବେ ବିଶ୍ୱବିଦ୍ୟାଳୟର ଶିକ୍ଷକ ମାନେ ସେଠାକୁ ଯାଇ ସେମାନଙ୍କୁ ପାଠ ପଢାଇ ପାରିବେ ।