ଡେରାଡୁନ(ଏଟିଆର ବ୍ୟୁରୋ):ଉତ୍ତରାଖଣ୍ଡରେ ବରଫ ଖଣ୍ଡ ଖସି ସୃଷ୍ଟି ହୋଇଥିବା ବନ୍ୟାରେ ଏବେ ସୁଦ୍ଧା ୩୦ଜଣଙ୍କ ମୃତଦେହ ମିଳିଥିବା ବେଳେ ଏବେ ସୁଦ୍ଧା ୧୫୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସୁଡଙ୍ଗ ମଧ୍ୟରୁ ଏବେ ଉଦ୍ଧାରକାରୀ ଦଳ ଲୋକଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ।ଗାଁ ଲୋକ କହିଛନ୍ତି ଯେ ରେଡିଓଆକ୍ଟିଭ ଡିଭାଇସ୍ ରୁଚସୃଷ୍ଟି ହେଉଥିବା ଉତ୍ତାପ କାରଣରୁ ଏହି ହିମସ୍ଖଳନ ହୋଇଛି ।
୧୯୬୫ରେ ଚୀନ ସେନାର ଗତିବିଧି ଉପରେ ଗୁପ୍ତ ନଜର ରଖିବା ଲାଗି ସିଆଇଏ ଓ ଆଇବି ପକ୍ଷରୁ ନନ୍ଦାଦେବୀ ପାହାଡ ଉପରେ ଆଣବିକ ଶକ୍ତି ସମ୍ପନ୍ନ ଅନୁଧ୍ୟାନକାରୀ ଯନ୍ତ୍ରାଂଶ ଲଗାଯିବାକୁ ଯୋଜନା କରାଯାଇଥିଲା।କାଞ୍ଚନଜଙ୍ଗା ପରେ ନନ୍ଦାଦେବୀ ଭାରତର ଦ୍ବିତୀୟ ସର୍ବୋଚ୍ଚ ପର୍ବତଶିଖର।
୨୦୧୮ ରେ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ ମଧ୍ୟ ଏହି ପ୍ରସଙ୍ଗରେ ଉଠାଇ କହିଥିଲେ ରେଡିଓଆକ୍ଟିଭ ଡିଭାଇସ କାରଣରୁ ନଦାଦେବୀ ରେଞ୍ଜର ବରଫ ତରଳୁଛି । ଏହାର ସଠିକ କାର୍ଯ୍ୟନୁଷ୍ଠାନ ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି । ଏବେ ରେଣୀ ଗ୍ରାମର ଲୋକମାନେ ଉକ୍ତ ଡିଭାଇସକୁ ଖୋଜି ବାହାର କରିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଏହି ଡିଭାଇସ କାରଣରୁ ଆଗାମୀ ଦିନରେ ଆହୁରି ବିପର୍ଯ୍ୟୟ ଘଟିବ ବୋଲି ଆଶଙ୍କା କରାଯାଉଛି ।
୧୯୬୫ ମସିହା ଡିଭାଇସ ଖଞ୍ଜିବା ବେଳେ ବୋଝିଆଳି କାମ କରୁଥିବା କାର୍ତ୍ତିକ ସିଂହଙ୍କୁ ଏବେ ୯୦ ବର୍ଷ । ତାଙ୍କ ପତ୍ନୀ ରବିବାର ଆସିଥିବା ଆତର୍କିତ ବନ୍ୟାରେ ଭାସି ଯାଇଛନ୍ତି । ଋଷିଗଙ୍ଗାରେ ବନ୍ୟା ଆସିବାରୁ ସେ ଭାସି ଯାଇ ପ୍ରାଣ ହରାଇଛନ୍ତି।