ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପିଛା ଛାଡୁନି ବିବାଦ । ଜେଲ ପରିସରରେ ବେଧକ ଛାଲିଛି ନିଶା କରାବାର । କଏଦୀଙ୍କୁ ମିଳୁଛି ସିଗାରେଟ, ଗଞ୍ଜେଇ, ପୁଳାପୁଳା ଟଙ୍କା । କଡା ସୁରକ୍ଷା ଭିରେ କେମିତି ଭିତରକୁ ଯାଉଛି ନିଶାଦ୍ରବ୍ୟ । ଏମିତି ଅନେକ ପ୍ରଶ୍ନ ଏବେ ପୋଲିସ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଳଟିଛି । ଗତ କିଛି ଦିନ ତଳେ ଖୋର୍ଦ୍ଧା ଜେଲ ପରିସରର ଏକ ଭିଡିଓ ଭାଇରାଲ ହେଇଥିଲା । ଯେଉଁ ଥିରେ କଏଦୀ ମାନେ ଜେଲ ଭିତରେ ନିଶା କରାବାର କରୁଥିବାର ଦେଖାଯାଇଥିଲା । ଏହା ପରେ ଆକ୍ସନ ମୁଡ୍ କୁ ଆସିଥିଲା ପୋଲିସ ପ୍ରଶାସନ । ଅଚାନକିଆ ଖୋର୍ଦ୍ଧା ଜେଲରେ ଛାପା ମାରି ଜବତ କରିଥିଲି ବିପୁଳ ପରିମାଣର ନିଶାଦ୍ରବ୍ୟ ।
ତେବେ ବର୍ତ୍ତ ମାନ ଆଉ ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୋର୍ଦ୍ଧା ଜେଲ ପରେ ଏବେ ଝାଡପଡା ଜେଲ ପାଳି ପଡିଛି । ଭିଡିଓଟିରେ ରାଜଧାନୀ ଛାତି ଉପରେ ଛିଡା ହୋଇଥିବା ଝାଡପଡା ଜେଲର ବୋଳି କୁହାଯାଉଛି । ଯେଉଁଠି ହଜାର ହଜାର ହାର୍ଡକୋର କଏଦୀଙ୍କୁ ବନ୍ଦି ରଖାଯାଇଛି । ଏହି ଭିଡିଓରେ ଜେଲ ପରିସରରେ ନିଶାଦ୍ରବ୍ୟ ମିଳୁଥିବାର ଦେଖାଯାଇଛି । ତେବେ ଏହି ଭିଡିଓ କେବେର ଓ ଏହାକୁ କିଏ ଉତ୍ତୋଳନ କରିଛି ତାହା ଜଣାପଡିନି । ଅନ୍ୟପଟେ ଜେଲ ଭିତରେ ଏଭଳି ନିଶା ଦ୍ରବ୍ୟ ମିଳିବା ଏକ ଚିନ୍ତାର ବିଷୟ ବୋଲି ଜେଲ ବିଭାଗର ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ଥିବା ଲୋକ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।