ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିର ଏହି ମହଙ୍ଗା ଦୁନିଆରେ ଗାଡି ଠାରୁ ଆରମ୍ଭ କରି ଘରର ଆସବା ପତ୍ର କିଣିବା ପରେ ଲୋକ ମାନେ ସାଧାରଣତ ବ୍ୟାଙ୍କ ଓ ବିଭିନ୍ନ ଅର୍ଥ ଲଗାଣ କାରୀ ସସ୍ଥା ଠାରୁ ଋଣ ନେଇଥାନ୍ତି । ତେବେ ବେଳେ ବେଳେ ଦେଖିବାକୁ ମିଳିଥାଏ ଳେଟ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ଅଧିିକ ଟଙ୍କା ଦେବାକୁ ପଡିଥାଏ । ତେବେ ଆପଣ ଯଦି ଲୋନ ନେବାକୁ ଚାହୁଁଛନ୍ତି ତ ତେବେ ଏହାକୁ ସମ୍ପୂଣ୍ଣ ପଢନ୍ତୁ ହୁଏତ ଏହା ଆପଣଙ୍କ ପାଇଁ ଲାଭ ଦାୟକ ହୋଇପାରେ ।
ଋଣ ନେବା ବେଳେ ଏହି ସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ ?
ପ୍ରଥମେ ଲେନାନ ନେବା ପୂର୍ବରୁ ସିବିଲ ସ୍କୋର ବିଷୟରେ ଜାଣି ରଖନ୍ତୁ । ପ୍ରଥମେ ଲୋନ ନେବା ପୂର୍ବରୁ ନିଜ ସିବିଲ ସ୍କୋର ଠିକ କରିବାକୁ ପଡିବ । ଯାହାଦ୍ୱାରା ଋଣ ଦେଉଥିବା ସସ୍ଥା ଆପଣଙ୍କ କ୍ଷମତା ବିଷୟରେ ସୂଚନା ପାଇ ପାରିବ । ଏବଂ ଆପଣଙ୍କୁ ସହଜରେ ଋଣ ମିଳିବ । ଏଥିପାଇଁ ଆପଣ ପ୍ରଥମେ ଲୋନ କରିବା ପୂର୍ବରୁ ନିଜ ସିବିଲ ସ୍କୋର ଠିକ କରିବାକୁ ପଡିବ । ଯଦି ଆପଣ ଉଚିତ ସମୟରେ କିସ୍ତି ଦେଇ ପାରୁ ନାହାନ୍ତି ତେବେ ଆପଣ ଫାଇନ ଦେବା ସହିତ ଆପଣଙ୍କ କ୍ରେଡିଟ ସ୍କୋର ମଧ୍ୟ କମ ହୋଇଯିବ । ଯାହା ଫଳରେ ଭବିଷ୍ୟତରେ ଲୋନ ପାଇଁ ସମସ୍ୟା ସୃଷ୍ଟି ହୋଇ ପାରେ ।
ଲୋନ ନେବା ପୂର୍ବରୁ ସସ୍ଥା ବିଷୟରେ ଭଲ ସେ ଜାଣନ୍ତୁ
ଯଦି ଆପଣ ଲୋନ ନେବାକୁ ଚାହୁଁଛନ୍ତି ପ୍ରଥମେ ଆପଣ ଯେଉଁ ସସ୍ଥା ଠାରୁ ଲୋନ ନେବାକୁ ଚାହୁଁଛନ୍ତିି ସେ ସରକାରୀ ପଞ୍ଜିକୃତ କି ନାହିଁ ଜାଣନ୍ତୁ । ଏହାବାଦ ଆପଣ ଲୋନ ଆଣୁଥିବା କମ୍ପାନୀ କେତେ ପ୍ରତିଶତ ଟଙ୍କାରେ ଲୋନ ଦେଉଛି ଜାଣନ୍ତୁ । ଅନ୍ୟ କମ୍ପାନୀ ଠାରୁ ମଧ୍ୟ ସୁଧ ପ୍ରତିଶତ ଜାଣନ୍ତୁ ।
ଲୋନ ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ ଆପଣ କୌଣସି ବୁଝାସୁଝା ନ କରି ଯଦି ଆପଣ ଲୋନ ନେଉଛନ୍ତି ଆପଣ ଠକାମିର ଶୀକାର ହୋଇ ପାରନ୍ତି । ଅନ୍ୟପଟେ ଆପଣ ଲୋନର ଅବଧି ଓ ଇଏମଆଇ ବାବ ଦରେ ମଧ୍ୟ ଭଲଭାବେ ଜାଣି ରଖିବା ଉଚିତ । ସେହଭଳି ଗ୍ୟାରେଣ୍ଟର ଦେଲାବେଳେ ମଧ୍ୟ ଭଲଭାବେ ଚିନ୍ତା କରି ଗ୍ୟାରେଣ୍ଟର ଦେବା ଉଚିତ । ଯେଉଁ ମନେ ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କ ସହ ରହିବେ ।