ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱର ଜନତା ମୈଦାନରେ କୃଷି ଓଡିଶା ୨୦୨୦ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲହି କାର୍ଯ୍ୟକ୍ରମରେ ୧୧୨ ଟି ସସ୍ଥା ଭାଗ ନେଇଛନ୍ତି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି ନୂଆ କୃଷି ନୀତି ଚାଷୀ ବିକାଶର ମୁଖ୍ୟ ଲକ୍ଷ୍ୟ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଚାଷୀ ନୂଆ ଟେକନୋଲୋଜିର ବ୍ୟବହାରେ କରନ୍ତୁ । କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ଏବେ ଚାଷୀଙ୍କ ଆୟ ୭ ଗୁଣ ବଢିଥିବା ସେ କହିଛନ୍ତି ।
ସରକାର ଚାଷୀଙ୍କ ହିତରେ କାର୍ଯ୍ୟ କରୁଛି । ସବୁବେଳେ ସରକାର ଚାଷୀଙ୍କ ସହିତ ରହିଛନ୍ତି । ସେହିଭଳି ଚାଷୀଙ୍କ ଦ୍ରବ୍ୟ କିଭଳି ମାର୍କେଟରେ ବିକ୍ରି ହୋଇ ପାରିବ ସେ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ଏବଂ ଏହାକୁ ଆହୁରି ବିକଶିତ କରିବା ପାଇଁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଉତ୍ସବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ସବୁଠାରୁ ବଡ କଥା ହେଉଛି ଏଥରର ପ୍ରଦର୍ଶନୀରେ ଥିମ ରହିଛି ଲାଭ ଜନକ କୃଷି ପାଇଁ ପ୍ରୟାସ । ପ୍ରତ୍ୟକ ଦିନ କୃଷକ ମାନଙ୍କ ଅବଗତି ନିମନ୍ତେ ୨ ଟି କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଏବଂ ୨ ଟି ସେମିନାର ଅନୁଷ୍ଠିତ ହେବ ।