ନୂଆଦିଲ୍ଳୀ ( ଏଟିଆର ବ୍ୟୁରୋ): ଦିଲ୍ଲୀରେ ଏବେ ଯେଉଁଭଳି ଭାବେ ଏବେ ପ୍ରଦୂଷଣ ବଢି ଚାଲିଛି ତାକୁ ନେଇ ଏବେ ପୁରା ଦେଶ ଚିନ୍ତାରେ । ଅନ୍ୟପଟେ ଏଇ ନିକଟରେ ଯାଇଥିବା ଦୀପାବଳିରେ ମଧ୍ୟ ପରିସ୍ଥିତି ଅର୍ାହୁରି ସାଂଘାତିକ ହୋଇ ଯାଇଛି । ଗୋଟେ ସୁସ୍ଥ ଲୋକ ମଧ୍ୟ ଯଦି ଅଧିକ ସମୟ ଧରି ଦିଲ୍ଲୀରେ ରହିଯାଏ ସେ ମଧ୍ୟ ଅସୁସ୍ଥ ହୋଇ ପଡିବ । ଏଭଳି ପରିସ୍ଥିତିରେ ଆସନ୍ତା ନଭେମ୍ବର ୩୦ ହେବାକୁ ଥିବା ଟି ଟ୍ୱେଣ୍ଟି ମ୍ୟାଚକୁ ନେଇ ପରିବେଶବିତ୍ ଚିନ୍ତାରେ ।
କିଭଳି ୪ ଘଣ୍ଟା କାଳ ଉଭୟ ଦଳ ଘଣ୍ଟା ଘଣ୍ଟା ଧରି ପଡିଆରେ ରହିବେ ତାକୁ ନେଇ ପ୍ରଶ୍ନ ଉଠିଛି । କେୟାର୍ ଫର୍ ଏୟାରର ଜ୍ୟୋତି ପାଣ୍ଡେ ଏବଂ ମାଇଁ ରାଇଟ୍ ଟୁ ବ୍ରେଥର ରବିନା ରାଜ କୋହଲି ବିସିସିଆଇକୁ ଅନୁରୋଧ କରି କହିଛନ୍ତି, “ବର୍ତ୍ତମାନ ଦିଲ୍ଲୀରେ ପରିସ୍ଥିତି ସାଙ୍ଘାତିକ। ତେଣୁ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ମ୍ୟାଚକୁ ସ୍ଥାନାନ୍ତରିତ କରାଯାଉ । ଏନେଇ ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ତେବେ ବିସିସିଆଇ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।