ଶ୍ରୀନଗର(ଏଟିଆର ବ୍ୟୁରୋ):ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲଘଂନ ହେଉଥିବାରୁ ଏହାର କଡା ଜବାବ ଦେଇଛି ଭାରତୀୟ ସେନା ।ଜମ୍ମୁ-କାଶ୍ମୀରକୁ ଲାଗିଥିବା ନିୟନ୍ତ୍ରଣ ରେଖାରେ ଗୁରୁବାର ଦିନ ସେନା ଦ୍ୱରା ହୋଇଥିବା ଓଲକା ଆକ୍ରମଣରେ ୫ ଜଣ ପାକ୍ ସୈନ୍ୟ ନିହତ ହୋଇଥିବାର ସୂଚନା ମିଳିଛି ।
ପାକ ସେନାର ଅନେକ ବଙ୍କର ଭାରତ ଧ୍ୱଂସ କରିଥିବା ବେଳେ ୩ ଜଣ ରେଞ୍ଜର୍ସ ଆହତ ହୋଇଛନ୍ତି । ପୁଞ୍ଚଜିଲ୍ଲା ଅନ୍ତର୍ଗତ ମାନକୋଟ ସେକ୍ଟରରେ ପାକ ସେନା ପ୍ରବଳ ଗୁଳି ଚଳାଇଥିଲା । ଏହାଯୋଗୁ ଭାରତୀୟ ବେସାମରିକ ଅଞ୍ଚଳରେ କାହାର କୈାଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି ।
୨ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବର୍ଷଣ ଚାଲିଥିଲା । ଭାରତୀୟ ସେନା ତୋପ ସହିତ ଟ୍ୟାଙ୍କ୍ ବିଧ୍ୱଂସୀ ମିସାଇଲ ବ୍ୟବହାର କରି ପାକ୍ ବଙ୍କରଗୁଡ଼ିକୁ ଟାର୍ଗେଟ କରିଥିଲା ଏଥିରେ ୫ ପାକ୍ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି ।
୨୦୨୦ ଜାନୁଆରୀ ମାସରୁ ଏଯାଏଁ ପାକ୍ ସେନା ଦ୍ୱାରା କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଭାରତର ୩୦ ଅଧିକ ନାଗରିକ ପ୍ରାଣ ହରାଇବା ସହିତ ୧୦୦ରୁ ଅଧିକ ଆହତ ହୋଇଛନ୍ତି ।