ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି ଭାରତରେ କରୋନାର ନୂଆ ଷ୍ଟେନ । ବ୍ରିଟେନ ରୁ ଫେରିଥିବା ୬ ଜଣଙ୍କ ଭିତରେ କରୋନା ର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏଥି ମଧ୍ୟ ରୁ ବେଙ୍ଗାଲୁରୁ ଫେରିଥିବା ସର୍ବାଧିକ ୩ ଜଣ ହୋଇଥିବା ବେଳେ ହାଇଦ୍ରାବାଦରୁ ୨ ଜଣ ଓ ପୁନେ ରୁ ଜଣେ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ସରକାରୀ ସଂଗରୋଧ କେନ୍ଦ୍ରରେ ରଖାଯିବା ସହ ସେମାନଙ୍କ ପରିବାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖାଯାଇଛି ।
ୟୁକେରୁ ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ୩୩ ହଜର ଯାତ୍ରୀ ଫେରିଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି । ଏଥିରେ ମୋଟ ୧୧୪ ଜଣ କରୋନା ପଜିଟିଭ ବାହାରି ଥିଲେ । ଓ ଏହା ପରେ ସେମାନଙ୍କ ସାମ୍ପୁଲ କୁ ଦେଶର ୧୦ ଟି ଲ୍ୟାବ କୁ ପଠାଯାଇଥିଲା । ଏବଂ ଏଥିରେ ୬ ଜଣଙ୍କର ସାମ୍ପୁଲ ଟେଷ୍ଟ ଚିହ୍ନଟ ହୋଇଛି ।
ବୈଜ୍ଞାନିକମାନେ କହିବା ଅନୁସାରେ ଏହି ନୂଆ ଷ୍ଟେନ ପୁରୁଣା ଷ୍ଟେନଠାରୁ ୭୦ ପ୍ରତିଶତ ଦ୍ରୁତଗତିରେ ବ୍ୟାଯିଥାଏ । ଏହି କାରଣରୁ ଏହି ନୂଆ ଷ୍ଟେନ କୁ ନେଣ ସତର୍କତା ଜାରି କରାଯାଇଛି । ବ୍ରିଟେନ ବ୍ୟତୀତ ଏହି ଷ୍ଟେନ ଟି ଇଟାଲୀ, ସ୍ୱିଡେନ, ସ୍ପେନ, ଡେଦମାର୍କ , ନେଦରଲ୍ୟାଣ୍ଡ, ଲେବାନନ, ଓ ସିଙ୍ଗାପୁରରେ କରୋନାର ନୁଆ ଷ୍ଟେନ ଦେଖିବାକୁ ମିଳିଛି ।