ମୁମ୍ବାଇ(ଏଟିଆର ବ୍ୟୁରୋ):ମାନବିକତାର ପରିଚୟ ଦେଖାଇଲା ଭାରତ । କରୋନା ଟିକା ପାଇଁ ସମସ୍ତେ ଚିନ୍ତାରେ ରହିଥିବା ବେଳେ ଆଜି ମୁମ୍ବାଇ-ଦିଲ୍ଲୀ-କାବୁଲ ଏୟାର ଇଣ୍ଡିଆ ବିମାନ ଯୋଗେ ଭାରତରୁ କରୋନା ଭ୍ୟାକ୍ସିନ ଆଫଗାନିସ୍ତାନକୁ ପଠାଇଛି । ପୂର୍ବରୁ ଭାରତ ଆଫଗାନିସ୍ତାନକୁ ୫ଲକ୍ଷ କରୋନା ଭ୍ୟାକ୍ସିନ ଦେଇଥିଲା ।
କରୋନା ମହାମାରୀକୁ ଦୂର କରିବା ପାଇଁ ଭାରତରେ ପ୍ରସ୍ତୁତ ୨ ଟି ଭ୍ୟାକ୍ସିନକୁ ଜରୁରୀ ପରିସ୍ଥିତରେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିବା ପରେ ପ୍ରଥମେ ଏହା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି । ଭାରତ ଆଫଗାନିସ୍ତାନ ଛଡା ଭୁଟାନ , ମାଲଦ୍ୱୀପ ,ନେପାଳ , ବାଂଲାଦେଶ କୁ କିଛି କିଛି ଭ୍ୟାକ୍ସିନ ଯୋଗାଇ ଦେଇଛି ।
ଚାଇନାର ଉହାନ ସହରରୁ ପ୍ରଥମେ କରୋନା ମହାମାରୀ ଆରମ୍ଭ ହେବାପରେ ଏହା ସାରା ଦେଶକୁ ବ୍ୟାପିଥିଲା । ଭାରତରେ ଆଉ ପ୍ରାୟ ୫ ରୁ ୬ ଟି ଭ୍ୟାକ୍ସିନ ପାଇଁ ପ୍ରସ୍ତୁତି ଚାଲିଛି । ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଅ।।ମେରିକାର ମଧ୍ୟ ମେରୁଦଣ୍ଡ ଦେହଲାଇ ଦେଇଥିଲା କରୋନା ଭାଇରସ ।