ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ପ୍ରସ୍ତୁତ କରିଥିବା କରୋନା ଭ୍ୟାକସିନ ଟିକା ବ୍ରାଜିଲରେ ପହଂଚିବା ପରେ ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଭଗବାନ ହନୁମାନଙ୍କ ଫଟୋ ସେୟାର କରି ଭାରତପ୍ରତି କୃତଞତା ଜଣାଇଛନ୍ତି ।
ବ୍ରାଜିଲ ରାଷ୍ଟ୍ରପତି ଟ୍ୱିଇଟ କରି କହିଛନ୍ତି,ନମସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ମହାମାରୀ ଭଳି କଠିନ ସମୟରେ ଆପଣଙ୍କ ଭଳି ମହାନ ସାଥୀ ପାଇଁ ମୁଁ ନିଜକୁ ଧନ୍ୟ ମନେକରୁଛି ।ଭାରତରୁ ବ୍ରାଜିଲକୁ ଟିକା ରପ୍ତାନି କରି ଆମକୁ ସାହାର୍ଯ୍ୟ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ।
ଏହାର ପ୍ରତିଉତ୍ତରରେ ମୋଦୀ କହିଛନ୍ତି ,ମିଳିତ ଭାବେ ମାହାମାରୀ ବିପକ୍ଷରେ ସଂଗ୍ରାମ ପାଇଁ ବ୍ରାଜିଲ ଭଳି ଶ୍ୱସ୍ତ ସହଯୋଗୀ ପାଇ ଭାରତ ଧନ୍ୟ ହୋଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମେ ଆମର ସହଯୋଗ ସୁଦୃଢ଼ କରି ଚାଲିବା।
ଭାରତ ପଡୋଶୀଙ୍କୁ ପ୍ରାଥମିକତା ଆଧାରରେ ନେପାଳ , ଭୂଡାନ , ମାଳଦ୍ୱୀପ , ବାଂଲାଦେଶ , ନେପାଳ , ଓ ମିଆଁମାର କୁ ଟିକା ପଠାଇବା ପରେ ବ୍ରାଜିଲକୁ ୨୦-୨୦ ଡୋଜ ଟିକା ପଠାଇଛି । ଏହା ବ୍ୟତୀତ ଭାରତ ବ୍ରାଜିଲ ଓ ମୋରକ୍କୋ ସହିତ ଦୁନିଆର ଅନେକ ଦେଶକୁ ଭ୍ୟାକସିନ୍ ଯୋଗାଇଛି