ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ସ୍ଖୁଲ ପାଠ କ୍ରମର ସିଲାବସରେ ଯୋଡ଼ି ହେବ ସାଇବର ସଚେତନତା ଆଲର୍ଟନେସକୋର୍ସ । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପୁରା ପାଠକ୍ରମ ଆଇ ଆଇ ଟି ରେ ପଢାଯିବ ବୋଲି କୁହାଯାଇଛି ।
ସାଇବର୍ ସିକ୍ୟୁରିଟି ଷ୍ଟାର୍ଟ ଅଫ ସମ୍ବନ୍ଦୀୟ କାର୍ଯ୍ୟ କରିବାକୁ ଶିକ୍ଷକ ସଂଗଠନ ବୈଠକ କୁ ଉତ୍ସାହବା ପ୍ରେତ୍ସହନ ସହ ସମ୍ମାନିତ କରିବା ସହ ହ୍ୟାକ୍ଥନ୍ ଆୟୋଜନ କରିବାକୁ ମଧ୍ୟ ଏହି ପତ୍ରରେ ଉଲ୍ଲେଖ ଅଛି ।
ବିଶ୍ୱ ବିଦ୍ୟଳୟ ଗୁଡ଼ିକ ନିଜ ଅନୁମୋଦିତ ଡ଼ିଗ୍ରୀ କଲେଜରେ ମଧ୍ୟ ଏହି ପାଠ୍ୟକ୍ରମ ଆରମ୍ଭ କରିପାରିବେ ବୋଲି ଚିଠିରେ ଉଲ୍ଳେଖ ଅଛି । ସ୍କୁଲ୍ ପାଠ୍ୟକ୍ରମରୁ ଆରମ୍ଭ ହେବାକୁ ଥିବା ଏହି ‘ସାଇବର୍ ନିରାପତ୍ତା ପଦକ୍ଷେପ’ କ୍ରମେ ଆଗକୁ ବଢ଼ିବ ଏବଂ ‘ଆଇଆଇଟି’ ଓ ଉଚ୍ଚ ଶିକ୍ଷା ସ୍ତରୀୟ ‘ସିଲାବସ୍’ରେ ‘ଅଫେନ୍ସିଭ୍’ ଓ ‘ଡିଫେନ୍ସିଭ୍’ ଆଦି ଅନ୍ତର୍ଭୁକ୍ତ କରାଯିବ।