ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ଫ୍ରାନ୍ସରୁ ଆସିବ ଆଉ ୩ ଟି ଲଢୁଆ ବିମାନ ରାଫେଲ । ଏହି ବିମାନଗୁଡିକ କୈାଣସି ସ୍ଥାନରେ ନରହି ସିଧାସଳଖ ଫ୍ରାନ୍ସରୁ ଭାରତ ଉଡାଣ କରି ସନ୍ଧ୍ୟାରେ ଅମ୍ବାଲା ବିମାନଘାଟିରେ ପହଞ୍ଚିବ । ଫ୍ରାନ୍ସରୁ ଆସିବା ବେଳେ ଓମାନରେ ମଝି ଆକାଶରେ ଏହି ସମସ୍ତ ବିମାନରେ ଇନ୍ଧନ ଭରାଯିବ।
ଅମ୍ବାଲାର ଏୟାର ବେସ୍ରେ ଅବତରଣ କରିବା ପରେ ଏହି ୩ ଯୁଦ୍ଧ ବିମାନକୁ ଗୋଲ୍ଡେନ ଏରୋ ସ୍କ୍ୱାର୍ଡନରେ ସାମିଲ କରାଯିବ। ପାକିସ୍ତାନ ଏବଂ ଚୀନ ସହିତ ଭାରତର ସୀମା ବିବାଦ ଜାରି ରହିଥିବାବେଳେ କେନ୍ଦ୍ର ସରକାର ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ ଚଳାଇଛନ୍ତି।
ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିବା ଲାଗି ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଛି।ପୂର୍ବରୁ ଭାରତ ବାୟୁସେନାରେ ୧୧ ଟି ରାଫେଲ ଯୁଦ୍ଧ ବିମାନ ସାମିଲ ହୋଇଛି । ଏବେ ଏହି ୩ ଟି ରାଫେଲକୁ ମିଶାଇବା ପରେ ଏହି ରାଫେଲ ସଂଖ୍ୟା ୧୪ ରେ ପହଞ୍ଚିବ ।
ଅନ୍ୟପଟେ ଏପ୍ରିଲ ଶେଷ ସୁଦ୍ଧା ୫ ଟି ରାଫେଲ ବିମାନ ଜଳପଥରେ ଭାରତ ଆସିବ ବୋଲି ଇମାନୁଏଲ ସୂଚନା ଦେଇଛନ୍ତି ।୨୦୨୧ ସୁଦ୍ଧା ଏହି ସମସ୍ତ ଯୁଦ୍ଧ ବିମାନ ଭାରତୀୟ ବାୟୁ ସେନା ପାଖରେ ପହଞ୍ଚିବ ବୋଲି ଆଶା କରାଯାଉଛି ।