ଶ୍ରୀନଗର(ଏଟିଆର ବ୍ୟୁରୋ):ସେନାଙ୍କ ପାଖରେ ଅନେକ ଲୋକକଲ୍ୟାଣ ମୂଳକ କାମ ରହିଛି ।ସେଥିପାଇଁ ଭାରତୀୟ ସେନା ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କିଛି ଦିନ ହେବ କାଶ୍ମୀରରେ ପ୍ରବଳ ତୁଷ।।ପାତ ଦେଖାଦେଇଛି । ଶନିବାର କୁପୱାଡା ଜିଲ୍ଲାର ଲୋଲାବରେ ଜଣେ ମହିଳା ଓ ତାଙ୍କର ନବଜାତ ଶିଶୁଙ୍କୁ କାନ୍ଧରେ ଉଠାଇ ୬ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ତାଙ୍କୁ ଘରେ ପହଞ୍ଚାଇଛନ୍ତି ।
ହସ୍ପିଟାଲରେ ଜଣେ ମା’ ଓ ନବଜାତ ଫିସି ରହିଥିଲେ। ଖବର ମିଳିବା ପରେ ୨୮ଜଜ ବଟାଲିଅନର ସେନା ଅଧିକାରୀମାନେ ସେଠାରେ ପହଞ୍ଚି ଉକ୍ତ ମହିଳା ଓ ନବଜାତକୁ ବରଫ ବର୍ଷା ଭିତରୁ ଉଦ୍ଧାର କରିଥିଲେ ।ଅଧିକାରୀଙ୍କ ଆଦେଶ ମିଳିବା ପରେ ସେନାର ଏକ ଟିମ ହସ୍ପିଟାଲରେ ପହଂଚିଥିଲେ ।
ଉତ୍ତର କଶ୍ମୀରରେ ଥିବା ପ୍ରସିଦ୍ଧ ଗୁଲ୍ମାର୍ଗ ସ୍କି-ରିସର୍ଟରେ ୧୦ ଇଞ୍ଚ୍ ବହଳର ତୁଷାର ପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଶନିବାର କୁପୱାଡା ଜିଲ୍ଲାରେ ପ୍ରବଳ ଥଣ୍ଡା ସଙ୍ଗକୁ ତୁଷାର ପାତ ହୋଇଥିଲା। ଫଳରେ ଯାତାୟତ ପୁରାପୁରି ଠପ ହୋଇଯାଇଥିଲା।