ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ବିଶ୍ୱ ବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ନଜରରେ ରଖି ରେଳ ବିଭାଗ ପକ୍ଷରୁ ଶନିବାର – ରବିବାର ମଧ୍ୟ ରାତିରୁ ପାସେଞ୍ଜର ଟ୍ରେନ ଗଡିବ ନାହିଁ । ଏହି କଟକଣା ରବିବାର ରାତି ୧୦ ପର୍ଯ୍ୟନ୍ତ ଲାଗୁ ରହିବ । ସେହିପରି ଏକ୍ସପ୍ରେସ ଓ ମେଲ୍ ଟ୍ରେନ ଗୁଡିକ ରବିବାର ଭୋର ୪ଟାରୁ ଅଟକିବ । ତେବେ ରବିବାର ଦିନ ମୋଟ ୩୭୦୦ ଟ୍ରେନ ଗଡିବ ନାହିଁ । ସେହିପରି ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ ମାଲବାହୀ ଟ୍ରେନ ଗୁଡିକ ଗଡିବ । ଅନ୍ୟପଟେ ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିବ । ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ନଷ୍ପତ୍ତି ନିଆଯାଇଛି । ସେହିପରି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଜନତା କର୍ଫ୍ୟୁ ଆହ୍ୱାନକୁ ସମର୍ଥନ କରିବା ସହ ରାଜ୍ୟ ବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।
ସୂଚନା ଯୋଗ୍ୟ କରୋନା ଭାଇରସରେ ଭାରତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱକୁ ଏବେ କରୋନା ଭୟ । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୭ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ସେହିପରି ଭାରତରେ ୨୦୦ରୁ ଉର୍ଦ୍ଧ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତା ହୋଇଥିବାର ସୂଚନା ରହିଛି । ଏଥିରେ ୩୨ ଜଣ ବିଦେଶୀ ନାଗରିକ ଥିବାର ଜଣାପଡିଛି । ଏହା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ଜାରି କରାଯାଇଛି । ତେବେ ପୂର୍ବରୁ ମୁମ୍ବାଇ, କର୍ଣ୍ଣାଟକା, ଦିଲ୍ଲୀ ,ପଞ୍ଜାବ ଓ ଜୟପୁରରେ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।