ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ଯିଏ ଯେମିତି ପାରି କରୋନା ମୁକାବିଲା କରିବାରେ ଲାଗି ପଡିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନେଉଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଏହାରି ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ପାର୍ସଲ ଟ୍ରେନ ଚଲାଇବାକୁ ନିଷ୍ପତି ନିଆଯାଇଛି ।
ଏହି ସେବା ପାଇବା ଲାଗି ବ୍ୟାବସାୟିକ ପ୍ରତିଷ୍ଠାନ ଓ ବେପାରୀମାନେ ପୂର୍ବତଟ ରେଳପଥ ସହ ଯୋଗାଯୋଗ କରିବାକୁ କୁହାଯାଇଛି।ପଶ୍ଚିମତଟ ରେଳପଥ ପକ୍ଷରୁ ଅହମ୍ମଦାବାଦର କଙ୍କରିଆରୁ କଟକକୁ ଏକ ସ୍ବତନ୍ତ୍ର ପାର୍ସଲ ଏକ୍ସପ୍ରେସ୍ ଚଳାଇବାକୁ ସମୟ ସାରଣୀ ଧାର୍ୟ୍ୟ ହୋଇଛି। ଯେଉଁଥିରେ ଦୁଗ୍ଧ ଉତ୍ପାଦକ ସାମଗ୍ରୀ, ଖାଇବା ତେଲ, ମସଲା, ବିସ୍କୁଟ ଆଦି ପରିବହନ ହେବ। ଟ ସେହିଭଳି ଆଉ କିଛି ପାର୍ସଲ କାର୍ଗୋ ଟ୍ରେନ ଚଳାଚଳ କରିବା ପାଇଁ କଥାବାର୍ତ୍ତା ଚାଲିଛି । ପ୍ରଶାସନ ପକ୍ଷରୁ ଅନୁମତି ମିଳିଲେ ତାହା ଆରମ୍ଭ କରାଯିବ ବୋଲି ସୂଚନା ରହିଛି ।
ତେବେ ଆସନ୍ତୁ ଜାଣିବା କୌଣସି ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି କେଉଁ ପୂର୍ବତଟ ଅଧୀକାରୀ ମାନଙ୍କ ସହ ଯୋଗା ଯୋଗ କରିବାକୁ ପଡିବ ।
ସମ୍ବଲପୁର ଡିଭିଜନ୍ର ବରିଷ୍ଠ ବାଣିଜ୍ୟିକ ପରିଚାଳକ ସମ୍ବିତ ନାୟକ: ୮୪୫୫୮୮୬୯୫୦
ଖୋର୍ଧା ରୋଡ୍ ଡିଭିଜନ୍ର ପି.କେ ସାମଲ: ୮୪୫୫୮୮୭୯୫୦
ୱାଲଟିୟର୍ ଡିଭିଜନ୍ର ସୁନିଲ କୁମାର: ୮୯୭୮୮୦୮୦୯୫୦
ଭୁବନେଶ୍ବରର ଏଚ୍.ଏଲ୍ ଲୁୱାଙ୍ଗ: ୮୪୫୫୮୮୫୯୫୫
କୌଣସି ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି ଏହି ଅଧିକାରୀ ମାନଙ୍କ ସହ ଯୋଗା ଯୋଗ କରିବାକୁ ପୂର୍ବତ୍ତଟ ରେଳ ପଥ ପକ୍ଷରୁ କୁହାଯାଇଛି ।